Categories: Home Leftଖେଳ

ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ବଡ଼ ଖବର, ଆଇପିଏଲ୍ ୨୦୨୪ ଖେଳିବାକୁ ଋଷଭ ପନ୍ତଙ୍କୁ ମିଳିଲା ଗ୍ରୀନ୍ ସିଗନାଲ

ନୂଆଦିଲ୍ଲୀ,୧୦।୩: ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଅଧିନାୟକ ଋଷଭ ପନ୍ତଙ୍କୁ ବେଙ୍ଗାଲୁରୁର ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ) ରୁ ଗ୍ରୀନ୍ ସିଗନାଲ ମିଳିଛି। ଅର୍ଥାତଋଷଭ ଏବେ ମ୍ୟାଚ୍ ଖେଳିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ମିଡ଼ିଆ ରିପୋର୍ଟ ଅନୁଯାୟୀ ଏନସିଏ ଋଷଭଙ୍କୁ ସମ୍ପୂର୍ଣ୍ଣ ଫିଟ୍ ଫିଟନେସ୍ ସାର୍ଟିଫିକେଟ୍ ଦିଆଯାଇଛି।

ଏହି ଖବର ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ପୂର୍ବରୁ ଏକ ବଡ଼ ଖୁସି ଖବର। ପନ୍ତ ବର୍ତ୍ତମାନ ଆଇପିଏଲ୍ ୨୦୨୪ ପାଇଁ କିଛି ଶୁଟ୍ କରୁଛନ୍ତି। ଏହାପରେ ସେ ଦିଲ୍ଲୀର ପ୍ରି-ସିଜନ୍ କ୍ୟାମ୍ପରେ ଯୋଗଦେବା ପାଇଁ ଭାଇଜାଗକୁ ଯିବା ପୂର୍ବରୁ ସେ କିଛି ଦିନ ଦିଲ୍ଲୀ ଆସିବାର ସମ୍ଭାବନା ରହିଛି। ଡିସି ଏହାର ପ୍ରଥମ ଦୁଇଟି ମ୍ୟାଚ୍ ଭାଇଜାଗରେ ଖେଳିବାକୁ ଯାଉଛି।

ତେବେ ଏହି ଖବର ନେଇ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଏବଂ ଦିଲ୍ଲୀରେ ପନ୍ତଙ୍କ ଭୂମିକା କିମ୍ବା ଆଇପିଏଲକୁ ଫେରିବା ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ୍ ବିବୃତ୍ତି ଆସିନାହିଁ।

Share