ପନ୍ତଙ୍କୁ ନେଇ ପୁଣି ଆସିଲା ଖରାପ ଖବର, କେଏଲ୍‌ ରାହୁଲ-ସାଇ ସୁଦର୍ଶନଙ୍କ ସହ ବି…

ନୂଆଦିଲ୍ଲୀ,୬।୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ଟିମ୍‌ ଇଣ୍ଡିଆର କିଛି ଖେଳାଳି ପ୍ରସ୍ତୁତିରେ ବ୍ୟସ୍ତ। ଏମିତିରେ ରିଷଭ ପନ୍ତଙ୍କୁ ନେଇ ଖରାପ ଖବର ସାମ୍ନାକୁ ଆସିଛି। ସେ ବାଙ୍ଗାଲୋରରେ ଦକ୍ଷିଣ ଆଫ୍ରିକା ଏ ବିପକ୍ଷ ଇଣ୍ଡିଆ ଏ ମୁକାବିଲାରେ ଖେଳୁଥିବା ବେଳେ ଖରାପ ପ୍ରଦର୍ଶନ କରିଥିବା ବେଳେ ଆହତ ହୋଇଛନ୍ତି। ଏହା ଭଲ ସଙ୍କେତ ନୁହେଁ ବୋଲି ବିଶେଷଜ୍ଞ ମତ ରଖୁଛନ୍ତି।
ପନ୍ତ ଇଂଲଣ୍ଡ ଗସ୍ତ ସମୟରେ ଆହତ ହୋଇଥିଲେ। ଏମିତିରେ ଏବେ ସେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିବାକୁ ଚେଷ୍ଟା ଚଳାଇଛନ୍ତି। ତେଣୁ ତାଙ୍କର ଭଲ ପ୍ରଦର୍ଶନ ଆବଶ୍ୟକ ବୋଲି କୁହାଯାଉଛି। କାରଣ ତାଙ୍କ ସ୍ଥାନ ନେଇଥିବା ଅନ୍ୟ ଉଇକେଟକିପର ଧ୍ରୁବ ଜୁରେଶ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ମାରିଥିଲେ।
କହିରଖୁଛୁ, ନ୍ୟାସନାଲ କ୍ରିକେଟ ଗ୍ରାଉଣ୍ଡ ଅଫ ଏକ୍ସଲେନ୍ସରେ ଅନୁଷ୍ଠିତ ମ୍ୟାଚ ରେ, ଭାରତ ଏ ଦଳର ଅଧା ଖେଳାଳି ମାତ୍ର ୮୬ ରନରେ ଆଉଟ ହୋଇଯାଇଥିଲେ। ଦଳର ଶ୍ରେଷ୍ଠ ୫ ଜଣ ବ୍ୟାଟ୍ସମ୍ୟାନ ଅତ୍ୟନ୍ତ ବିଫଳ ହୋଇଥିଲେ। କେଏଲ ରାହୁଲ ମଧ୍ୟ ମ୍ୟାଚରେ ନଜର ଆସିଥିଲେ। ସେ ଭଲ ଫର୍ମରେ ଦେଖାଯାଉଥିଲେ ହେଁ ମାତ୍ର ୧୯ ରନ୍‌ରେ ଆଉଟ ହୋଇଥିଲେ। ଅଭିମନ୍ୟୁ ଈଶ୍ୱରନ ଆହୁରି ଖରାପ ଖେଳିଥିଲେ, ନିଜର ଖାତା ଖୋଲିପାରି ନଥିଲେ। ସାଇ ସୁଦର୍ଶନ ମଧ୍ୟ ୧୭ ରନ ରେ ଆଉଟ ହେବା ପୂର୍ବରୁ ୫୨ ବଲ ଖେଳିଥିଲେ। ପାଡିକ୍କଲ ମାତ୍ର ୫ ରନ କରିପାରିଥିଲେ। ଅଧିନାୟକ ପନ୍ତ ଆସିବା ମାତ୍ରେ ଶୀଘ୍ର ବ୍ୟାଟିଂ କରିବାକୁ ଚେଷ୍ଟା କରିଥିଲେ। ସେ ତିନୋଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ, କିନ୍ତୁ ତା’ପରେ, ୨୬ତମ ଓଭରରେ, ଏକ ମୋରେକି ଡେଲିଭରି ତାଙ୍କ ହାତରେ ବାଜିଥିଲା। ସେ ଯନ୍ତ୍ରଣାରେ ଛଟପଟ ହେଉଥିଲେ, ଫିଜିଓଙ୍କୁ ଚିକିତ୍ସା ପାଇଁ ପଡ଼ିଆକୁ ଆସିବାକୁ ପଡିଲା, କିନ୍ତୁ ପରବର୍ତ୍ତୀ ବଲରେ ତାଙ୍କୁ ଆଉଟ କରାଯାଇଥିଲା।

ଅଭିମନ୍ୟୁ ଈଶ୍ୱରନଙ୍କୁ ଛାଡ଼ି ଏହି ଚାରି ଜଣ ଖେଳାଳି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରେ ଖେଳିବାର କାର୍ଯ୍ୟକ୍ରମ ରହିଛି, ଏବଂ ଏପରି ବ୍ୟାଟିଂ କରି ଆଉଟ ହେବା ଏକ ଭଲ ସଙ୍କେତ ନୁହେଁ।

Dharitri – Odisha’s No.1 Odia Daily