ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଦେଖି ଗର୍ଲଫ୍ରେଣ୍ଡ୍‌ କହିଲେ…

ଲଣ୍ଡନ,୧୮।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜର ଶେଷ ମ୍ୟାଚ ରବିବାର ଖେଳାଯାଇଥିଲା। ଏହି ମ୍ୟାଚରେ ଟିମ ଇଣ୍ଡିଆ ଏକ ରୋମାଞ୍ଚକର ବିଜୟ ହାସଲ କରି ସିରିଜ ଜିତିଛି। ଭାରତୀୟ ଦଳର ଷ୍ଟାର୍‌ ଉଇକେଟ୍‌କିପର ରିଷଭ ପନ୍ତଙ୍କ ଚମତ୍କାର ଶତକ ଯୋଗୁ ଭାରତ ୫ ଉଇକେଟ୍‌ରେ ବିଜୟ ହାସଲ କରିଥିଲା। ମ୍ୟାଚ୍‌ ବିଜୟୀ ଇନିଂସ ଯୋଗୁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ଦିଆଯାଇଥିଲା। ରିଷଭଙ୍କ ସଫଳତାରେ ବେଶ୍‌ ଖୁସି ଅଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ ଇସା ନେଗି। ଏହି ଖୁସିରେ ସେ ସୋସିଆଲ ମିଡିଆରେ ରିଷଭଙ୍କ ମ୍ୟାଚ୍‌ ବିଜୟୀ ଇନିଂସର ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓ କ୍ୟାପଶନ୍‌ରେ ସେ ‘ଚାମ୍ପିଅନ୍‌ ରିଷଭ ପନ୍ତ’ ବୋଲି ଲେଖିଛନ୍ତି।
ରିଷଭ ଏବଂ ଇଶା କିଛି ବର୍ଷ ହେବ ପରସ୍ପରକୁ ଡେଟ୍‌ କରୁଛନ୍ତି। ଇଶା ଉତ୍ତରାଖଣ୍ଡରେ ରୁହନ୍ତି। ସେ ପେଶାରେ ଜଣେ ଇଣ୍ଟେରିୟର୍‌ ଡଜାଇନର୍‌। ଆଇପିଏଲ୍‌ ୨୦୨୨ରେ ଇଶା ପନ୍ତଙ୍କୁ ଚିୟର୍‌ କରିବା ପାଇଁ ଷ୍ଟାଡିୟମରେ ପହଞ୍ଚିଥିଲେ।