Categories: Home Leftଖେଳ

ଦୁର୍ଘଟଣା ପରେ ସାମ୍ନାକୁ ଆସିଲା ପନ୍ତଙ୍କ ପ୍ରଥମ ଟୁଇଟ୍‌

ମୁମ୍ବାଇ,୧୬।୧: ଭାରତୀୟ ଉଇକେଟ୍‌ କିପର ତଥା ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତ ଦୁର୍ଘଟଣା ପରେ ପ୍ରଥମ ଟୁଇଟ୍‌ କରିଛନ୍ତି। ପନ୍ତ ଟୁଇଟ୍‌ କରି କହିଛନ୍ତି, ସମର୍ଥନ ଏବଂ ଶୁଭକାମନା ପାଇଁ ମୁଁ ସମସ୍ତଙ୍କ ପାଖେ କୃତଜ୍ଞ। ମୋର ଅସ୍ତ୍ରୋପଚାର ସଫଳ ହୋଇଛି। ମୁଁ ଶୀଘ୍ର ସୁସ୍ଥ ହେଉଛି ଏବଂ ଆଗାମୀ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତି ହେଉଛି। ଏଭଳି ସମୟରେ ତାଙ୍କୁ ସମର୍ଥନ କରିଥିବାରୁ ସଚିବ ଜୟ ଶାହା ଏବଂ ସରକାରଙ୍କୁ ପନ୍ତ ଧନ୍ୟବାଦ ଜଣାଇଛନ୍ତି।
ଉତ୍ତରାଖଣ୍ଡରୁ ଦିଲ୍ଲୀ ସ୍ଥିତ ଘରକୁ ଫେରୁଥିବା ବେଳେ ରିଷଭ ପନ୍ତଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହା ପରେ ପନ୍ତଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ମୁମ୍ବାଇର କୋକିଲାବେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଦୁର୍ଘଟଣା ପରେ ପନ୍ତ ସୋମବାର ପ୍ରଥମ ପ୍ରତିକ୍ରିୟା ଦେଇ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ପନ୍ତଙ୍କ ଟୁଇଟ୍‌ ପରେ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।