Categories: Home Leftଖେଳ

ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରି ଚମକାଇଲେ ରିଙ୍କୁ ସିଂ, କହିଦେଲେ…

ଅହମଦାବାଦ,୧୦ା୩: ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ଭାରତ ଚାମ୍ପିୟନ ହେବା ପରେ ଭାରତୀୟ ଦଳର ଷ୍ଟାର ରିଙ୍କୁ ସିଂ ତାଙ୍କ ସ୍ବର୍ଗତ ବାପା ଖାନଚାନ୍ଦ ସିଂଙ୍କ ଲାଗି ଏକ ଭାବବିହ୍ବଳ ପୋଷ୍ଟ ଶେୟାର କରିଛନ୍ତି। ଷ୍ଟେଜ-୪ କ୍ୟାନ୍ସର ସହ ସଂଘର୍ଷ କରୁଥିବା ତାଙ୍କ ବାପାଙ୍କର ଗତ ଫେବୃଆରୀ ୨୭ ତାରିଖରେ ପରଲୋକ ଘଟିଥିଲା। ଏଥିଲାଗି ଟି୨୦ ବିଶ୍ୱକପ୍‌ରୁ ରିଙ୍କୁ ଘରକୁ ଯାଇଥିଲେ ଓ ପରେ ଦଳରେ ଯୋଗ ଦେଇଥିଲେ।

ସହ କଥା ନ ହୋଇ ମୁଁ କେବେ ଏତେଦିନ ରହି ନାହିଁ। ମୋତେ ଜଣା ନାହିଁ, ଆଗକୁ ଜୀବନ ଆପଣଙ୍କ ବିନା କେଉଁ ଭଳି ଚାଲିବ। କିନ୍ତୁ ପ୍ରତ୍ୟେକ ଥର ମୋତେ ଆପଣଙ୍କର ଆବଶ୍ୟକତା ପଡ଼ିବ। ଆପଣ ଶିଖାଇ ଥିଲେ ଯେ, ଦାୟିତ୍ୱ ସର୍ବଦା ଆଗେ। ଏଣୁ ଫିଲ୍ଡରେ କେବଳ ଆପଣଙ୍କ ସ୍ବପ୍ନ ପୂରା କରିବାକୁ ଉଦ୍ୟମ କରୁଥିଲି। ଏବେ ଆପଣଙ୍କ ସ୍ବପ୍ନ ପୂରଣ ହୋଇଛି। ମାତ୍ର ମୋତେ ଲାଗୁଛି ଯେ, ଆପଣ ଏବେ ମୋ ପାଖରେ ଥାନ୍ତେ କି। ଜୀବନର ସବୁ ଛୋଟ ବଡ଼ ଖୁସିରେ ଆପଣଙ୍କ ଅନୁପସ୍ଥିତି ଅନୁଭବ କରିବି। ବାପା ଆପଣଙ୍କୁ ମୁଁ ବହୁତ ମିସ୍‌ କରିବି’ ବୋଲି ରିଙ୍କୁ ଇନ୍‌ଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

Share