ନୂଆଦିଲ୍ଲୀ,୧।୬: ପୁଣି ଚର୍ଚ୍ଚାରେ ଟିମ୍ ଇଣ୍ଡିଆ କ୍ରିକେଟର ରିଙ୍କୁ ସିଂହ ଏବଂ ସମାଜବାଦୀ ପାର୍ଟି ଏମ୍ପି ପ୍ରିୟା ସରୋଜ । ଉଭୟ ବର୍ଷ ଆରମ୍ଭରେ ନିର୍ବନ୍ଧ କରିଥିଲେ। ଏବେ ଜୁନ ୮ ତାରିଖରେ ସେମାନେ ପରସ୍ପରର ରିଙ୍ଗ ସେରିମନି କରିବାକୁ ଯାଉଛନ୍ତି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ସପ୍ତ ତାରକା ହୋଟେଲରେ ଏହିି ସମାରୋହ ଅନୁଷ୍ଠିତ ହେବ। ରିଙ୍କୁ ଏବଂ ପ୍ରିୟାଙ୍କ ବିବାହ ତାରିଖ ମଧ୍ୟ ପ୍ରକାଶ ପାଇଛି। ସେମାନେ ନଭେମ୍ବର ୧୮ ତାରିଖରେ ବାରାଣସୀର ତାଜ ହୋଟେଲରେ ପରସ୍ପରର ହାତ ଧରିବେ।
ରିଙ୍କୁ ସିଂହଙ୍କ ଭାବିପତ୍ନୀ ପ୍ରିୟା ସରୋଜ ଉତ୍ତର ପ୍ରଦେଶର ଜୌନପୁର ଜିଲାର ମଛଲିଶହର ନିର୍ବାଚନମଣ୍ଡଳୀର ଏମ୍ପି । ୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ସମାଜବାଦୀ ପାର୍ଟିର ବିପି ସରୋଜଙ୍କୁ ୩୫୮୫୦ ଭୋଟ ବ୍ୟବଧାନରେ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଥିଲେ। ପ୍ରିୟା ସରୋଜଙ୍କ ପିତାଙ୍କ ନାମ ତୁଫାନି ସରୋଜ, ଯିଏ ମଛଲିଶହର ନିର୍ବାଚନମଣ୍ଡଳୀର ଏମ୍ପି ରହିସାରିଛନ୍ତି। ବର୍ତ୍ତମାନ ସେ କେରାକାଟ ବିଧାନସଭା ଆସନରୁ ବିଧାୟକ ଅଛନ୍ତି।
ଟିମ ଇଣ୍ଡିଆରେ ରିଙ୍କୁ ସିଂହ ଜଣେ ପ୍ରସିଦ୍ଧ କ୍ରିକେଟର ହୋଇଥିବାବେଳେ, ପ୍ରିୟା ସରୋଜ ରାଜନୀତିରେ ମଧ୍ୟ ବହୁତ ଲୋକପ୍ରିୟ। ଏଣୁ ସେମାନଙ୍କ ବିବାହରେ ଦେଶର ଷ୍ଟାର କ୍ରିକେଟର, ରାଜନେତା, ଫିଲ୍ମ ଷ୍ଟାର ଏବଂ ଶିଳ୍ପପତିଙ୍କ ଏକ ସମାବେଶ ହୋଇପାରେ।
ରିପୋର୍ଟ ଅନୁସାରେ, ପ୍ରିୟାଙ୍କ ଜଣେ ବନ୍ଧୁ ଯାହାଙ୍କ ବାପା ଜଣେ କ୍ରିକେଟର ଅଛନ୍ତି, ସେ ରିଙ୍କୁଙ୍କୁ ବହୁତ ଭଲ ଭାବରେ ଜାଣନ୍ତି। ସେ ହିଁ ପ୍ରଥମ ଥର ପାଇଁ ରିଙ୍କୁ ଏବଂ ପ୍ରିୟାକୁ ପରିଚିତ କରାଇଥିଲେ। ଏହା ମଧ୍ୟ କୁହାଯାଏ ଯେ ଆଲିଗଡ଼ରେ ର୍ନିମିତ ରିଙ୍କୁଙ୍କ ନୂତନ ଘର ପ୍ରିୟା ଫାଇନାଲ କରିଥିଲେ।