Categories: Home Leftଖେଳ

ଭାରତୀୟ ଦଳରେ ସ୍ଥାନ ପାଇପାରନ୍ତି ରିଙ୍କୁ

ନୂଆଦଲ୍ଲୀ, ୧୨ା୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଭଲ ପ୍ରଦର୍ଶନ କରୁଥିବାରୁ କୋଲକାତା ନାଇଟ ରାଇଡର୍ସ (କେକେଆର) ଯୁବ ବାମହାତି ଖେଳାଳି ରିଙ୍କୁ ସିଂ ଖୁବ୍‌ ଶୀଘ୍ର ଭାରତୀୟ କ୍ରିକେଟ ଦଳ ପାଇଁ ଡକରା ପାଇପାରନ୍ତି ବୋଲି ପୂର୍ବତନ ସ୍ପିନର ହରଭଜନ ସିଂ ଆଶା ପ୍ରକାଶ କରି କହିଛନ୍ତି। ଇତିମଧ୍ୟରେ ସେ ୧୨ଟି ମ୍ୟାଚରେ ୧୬୭ ରନ୍‌ ସଂଗ୍ରହ କରିସାରିଛନ୍ତି। ସେ ଜଣେ ଫିନିଶର ଭାବେ ଏକ ପରିଚୟ ସୃଷ୍ଟି କରିଛନ୍ତି। ତାଙ୍କ ଦଳ ଯେତେବେଳେ ବିଜୟ ଲକ୍ଷ୍ୟ ପିଛା କରୁଛି ସେତେବେଳେ ସେ ଭଲ ପ୍ରଦର୍ଶନ କରୁଛନ୍ତି। ତନ୍ମଧ୍ୟରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ଏକ ମ୍ୟାଚରେ ସେ କ୍ରମାଗତ ୫ଟି ଛକା ଲଗାଇ ଦଳକୁ ଜିତାଇଥିଲେ।