ବୀମା କ୍ଷେତ୍ରରେ ଆର୍‌ଆଇଏଲ୍‌

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ (ଆରଆଇଏଲ)ର ୪୬ ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ) ସୋମବାର ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଆରଆଇଏଲର ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀ ଜିଓ ଫାଇନାନସିଆଲ ସର୍ଭିସେସକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ଏପରିକି ମୁକେଶ କହିଛନ୍ତି, ବର୍ତ୍ତମାନ କମ୍ପାନୀ ବୀମା କ୍ଷେତ୍ରରେ ପ୍ରବେଶ କରିବ। ଏହି କମ୍ପାନୀ ଜୀବନ ବୀମା ସହ ସାଧାରଣ ଏବଂ ସ୍ବାସ୍ଥ୍ୟ ବୀମା ମଧ୍ୟ ଉପଲବ୍ଧ କରାଇବ। ଅପରପକ୍ଷରେ ଏଜିଏମକୁ ସମ୍ବୋଧିତ କରି ମୁକେଶ କହିଛନ୍ତି, ଜିଓ ଫାଇନାନ୍ସିଆଲ ସର୍ଭିସେସ ଲିମିଟେଡର ସମସ୍ତ ଶେୟାରଧାରକଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ନିକଟରେ କମ୍ପାନୀ ଫାଇନାନ୍ସିଆଲ କାରବାରକୁ ଅଲଗା କରି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ପ୍ରତ୍ୟେକ ଶେୟାର ଧାରକଙ୍କୁ ଜିଓ ଫାଇନାନ୍ସିଆଲ ୧:୧ ଆଧାରରେ ଶେୟାର ଦେଇଥିଲା।