ଡରକୁଳି ରିଚା

ରିଚା ଚଢ଼ା କାହାକୁ ବେଶୀ ଭୟ କରନ୍ତି ଜାଣନ୍ତି ? ନିଜ ଛାଇକୁ। ଏକ ଫିଲ୍ମର ଶୁଟିଂ ସମୟରେ ସେ ନିଜ ଛାଇକୁ ଦେଖି ଏମିତି ଡରିଗଲେ ଯେ ସେଥିଲାଗି ଶୁଟିଂକୁ ପାଖାପାଖି ଘଣ୍ଟାଏ ବନ୍ଦ ରଖିବାକୁ ପଡିଥିଲା। ଏଭଳି ରୋଚକ କଥା ବିଷୟରେ ସେ କହନ୍ତି, ‘ଏକଦା ଏକ ପରିତ୍ୟକ୍ତ ବିଲ୍ଡିଂ ଭିତରେ ଶୁଟିଂ ଚାଲିଥାଏ। ମୋତେ ଯେତେବେଳେ ଶଟ୍‌ ଦେବାକୁ ଡକାଗଲା ମୁଁ ସିଟ୍‌ରୁ ଉଠି ଯିବା ସମୟରେ ହଠାତ୍‌ ପଛକୁ ଚାହିଁଦେଲି। ଯେତେବେଳେ ମୋ ଛାଇ ଉପରେ ନଜର ପଡିଗଲା ମୁଁ ଚମକି ପଡି ଚିତ୍କାର କରିଉଠିଲି। ଏହାଦେଖି ସେଟ୍‌ରେ ଉପସ୍ଥିତ ସମସ୍ତେ ଚମକି ପଡିଲେ ଏବଂ କ’ଣ ହେଲା ବୋଲି ଜାଣିବାକୁ ମୋ ପାଖରେ ଆସି ପହଞ୍ଚତ୍ଗଲେ। ଯେତେବେଳେ ଜାଣିଲେ ଯେ ମୁଁ ମୋ ଛାଇକୁ ଦେଖି ଡରିଗଲି। ସମସ୍ତେ ହସିବାକୁ ଲାଗିଲେ। ନିର୍ଦ୍ଦେଶକ ମୋ ପାଖକୁ ଆସି ମୋତେ କିଛି ସମୟ ରେଷ୍ଟ ନେବାକୁ କହିଲେ। ବାସ୍‌, ପାଖାପାଖି ଘଣ୍ଟାଏ ବସିବା ପରେ ମୁଁ ସାଧାରଣ ଅବସ୍ଥାକୁ ଆସିଥିଲି। ତା’ପରେ ସଟ୍‌ ଦେବାକୁ ଯାଇଥିଲି।’ ସେଦିନର ସେହି ଘଟଣା ଏ ପର୍ଯ୍ୟନ୍ତ ମୋର ମନେ ରହିଛି।’ ବର୍ତ୍ତମାନ ରିଚା ସଞ୍ଜୟ ଲୀଲା ଭଁସାଲିଙ୍କ ଓ୍ବେବ୍‌ ସିରିଜ୍‌ ‘ହୀରାମଣ୍ଡି’ରେ ଅଭିନୟ କରିବାକୁ ଯାଉଛନ୍ତି।