ରିଚା ଘୋଷ୍‌ଙ୍କୁ ମିଳିଲା ସବୁଠୁ ବଡ଼ ସମ୍ମାନ

କୋଲ୍‌କାତା,୮ା୧୧- ବିଶ୍ୱକପ୍‌ ବିଜୟୀ ଭାରତୀୟ ମହିଳା ଦଳର ଉଇକେଟ୍‌କିପର ବ୍ୟାଟର ରିଚା ଘୋଷ୍‌ଙ୍କୁ ଶନିବାର ଇଡେନ୍‌ ଗାର୍ଡେନ୍ସଠାରେ ଆୟୋଜିତ ଏକ ସମାରୋହରେ ସମ୍ବର୍ଦ୍ଧିତ କରାଯାଇଛି। ତାଙ୍କୁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ରାଜ୍ୟର ସବୁଠୁ ବଡ଼ ସମ୍ମାନ ବଙ୍ଗ ଭୂଷଣ ପୁରସ୍କାର ଦିଆଯିବା ସହ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ(ଡିଏସ୍‌ପି) ଭାବେ ନିଯୁକ୍ତ କରାଯାଇଛି।ଏଥିସହ ତାଙ୍କୁ ଏକ ସୁନାହାର ମଧ୍ୟ ଦିଆଯାଇଛି।

ଏହି ସମାରୋହର ଆୟୋଜନ କରିଥିବା କ୍ରିକେଟ୍‌ ଆସୋସିଏଶନ ଅଫ୍‌ ବେଙ୍ଗଲ(ସିଏବି) ପକ୍ଷରୁ ରିଚାଙ୍କୁ ୩୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯାଇଛି। ରିଚା ପଶ୍ଚିମବଙ୍ଗର ପ୍ରଥମ ଖେଳାଳି ଭାବେ ବିଶ୍ୱକପ୍‌ ଜିତିଛନ୍ତି। ତାଙ୍କ ପୂର୍ବରୁ ସୌରଭ ଗାଙ୍ଗୁଲି ୨୦୦୩ ବିଶ୍ୱକପ୍‌ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲେ।

Share