ଆରଆଇଙ୍କୁ ମାଡ ଘଟଣାରେ: ଜଣେ ଗିରଫ

ନନ୍ଦପୁର,୧୩।୨(ତୁଷାର କାନ୍ତ ମହାନ୍ତି): ଜାତିଗତ ପ୍ରମାଣପତ୍ର ପାଇଁ ନନ୍ଦପୁର ତହସିଲରେ କାର୍ଯ୍ୟରତ ରାଜସ୍ବ ନିରୀକ୍ଷକ ମଧୁସୁଦନ ଖେମୁଣ୍ଡୁଙ୍କୁ ଅଶାଳୀନ ବ୍ୟବହାର ଓ ମାଡ ମାରିବା ଘଟଣାରେ ଜଣେ ଗିରଫ ହୋଇଛନ୍ତି। ନନ୍ଦପୁର ପୋଲିସ ଅଭିଯୁକ୍ତ କମଳଲୋଚନ ଖେମୁଣ୍ଡୁଙ୍କୁ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରିଛି। ଘଟଣାରେ ସମ୍ପୃକ୍ତ କମଳଲୋଚନଙ୍କ ବାପା ବଲ ଖେମୁଣ୍ଡୁଙ୍କ କ୍ୟାନ୍ସର ଜନିତ ସମସ୍ୟା ଥିବାରୁ ତାଙ୍କୁ ୪୧ ଧାରାନୂଜାୟୀ ଥାନାରେ ଜାମିନ ଦିଆଯାଇଛି। ଆରଆଇଙ୍କ ଏତଲା ଓ ସଂଗୃହିତ ସିସି ଟିଭି ଫୁଟେଜ ଆଧାରରେ ଦୁହିଁଙ୍କ ବିରୋଧରେ କେଶ ନନଂ ୩୫/୨୦୨୬ରେ ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ତ୍ରିନାଥ ତୋଟା ପାଡ଼ିଆ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share