ରିୟାଙ୍କ ସହ ଡ୍ରଗ୍ସ ମାଫିଆଙ୍କ ଲିଙ୍କ: ଚାଟ୍‌ ଭାଇରାଲ ପରେ ଓକିଲ କହିଲେ ଏମିତି

ବମ୍ବେ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପ୍ରେମିକା ରିୟା ଚର୍କବର୍ତ୍ତୀଙ୍କ ଡ୍ରଗ୍ସ ମାଫିଆଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହାକୁ ନେଇ କିଛି ହ୍ବାଟ୍ସଆପ୍‌ ଚାଟ୍‌ ମଧ୍ୟ ଭାଇରାଲ ହୋଇଥିଲା। ଏବେ ରିୟାଙ୍କ ଓକିଲ ସତୀଶ ମାନଶିନ୍ଦେ ସ୍ପଷ୍ଟିକରଣ ରଖିଛନ୍ତି। ରିୟା ଜୀବନରେ କେବେ ବି ଡ୍ରଗ୍ସ ନେଇ ନାହାନ୍ତି। ସେ ନିଜ ରକ୍ତ ପରୀକ୍ଷା କରିବାକୁ ମଧ୍ୟ ପ୍ର୍ରସ୍ତୁତ ଅଛନ୍ତି ବୋଲି ସେ କହିଛନ୍ତି।

ହ୍ବାଟ୍ସଆପ୍‌ରେ ରିୟା ଏବଂ ଡ୍ରଗ୍ସ ମାଫିଆ ଗୌରବଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର କିଛି ଅଂଶ ଜାତୀୟ ଗଣମାଧ୍ୟମ ହାତରେ ଲାଗିଥିଲା। ଏଥିରେ ଏମ୍‌ଡି ଡ୍ରଗ୍‌ ବିଷୟରେ କଥାବାର୍ତ୍ତା ହୋଇଥିଲା। ଶ୍ରୁତି ମୋଦି, ଜୟା ଶାହା, ମିରାଣ୍ଡା ନାମ ମଧ୍ୟ ଉଲ୍ଲେଖ ରହିଥିଲା। ଏହାପରେ ରିୟା ମାଫିଆଙ୍କ ସମ୍ପର୍କରେ ଥିଲେ। ଏପରିକି ଭାରତରେ ପ୍ରତିବନ୍ଧକ ଲାଗିଥିବା ଔଷଧ ସୁଶାନ୍ତଙ୍କୁ ଦେଉଥିଲେ ବୋଲି କୁହାଯାଉଛି।