୪ ଜିଲା ପରିଷଦମାନଙ୍କ ସମୀକ୍ଷା ବୈଠକ: ପଡିରହିଥିବା ପ୍ରକଳ୍ପ ନଭେମ୍ବର ୨୦୨୫ ସୁଦ୍ଧା ସମ୍ପୂର୍ଣ କରିବାକୁ ନିର୍ଦ୍ଦେଶ

ଅନୁଗୋଳ, ୨୭।୯(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ପ୍ରଦକ୍ଷଣ ଗୃହ (ସର୍କିଟ ହାଉସ) ସମ୍ମିଳନୀ କକ୍ଷରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶ କ୍ରମେ ଚାରି ଗୋଟି ଜିଲା ଯଥା କଟକ, ଢେଙ୍କାନାଳ ଦେବଗଡ଼, ଅନୁଗୋଳର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲା ପରିଷଦମାନଙ୍କର ଏକ ସମୀକ୍ଷା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଗିରିଶ ଏସ. ଏନ, ଆୟୁକ୍ତ ତଥା ଶାସନ ସଚିବ ଅଧ୍ୟକ୍ଷତା କରିଥିଲେ।

ଏହି ସମୀକ୍ଷା ବୈଠକରେ ନିର୍ଦ୍ଦେଶକ ସ୍ବତନ୍ତ୍ର ପ୍ରକଳ୍ପ, ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପଞ୍ଚାୟତିରାଜ ଯୋଗଦେଇ ବିଭିନ୍ନ ଯୋଜନା ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନରେ ଥିବା (ମନରେଗା), ଗ୍ରାମୀଣ ଗୃହ ନିର୍ମାଣ, ବିକଶିତ ଗାଁ ଓ ବିକଶିତ ଓଡ଼ଶା ଇତ୍ୟାଦି ଯୋଜନାର ସମୀକ୍ଷା କରାଯାଇଥିଲା। ବୈଠକରେ ନିର୍ଦ୍ଦେଶକ ସ୍ବତନ୍ତ୍ର ପ୍ରକଳ୍ପ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଏବଂ ଅନ୍ତୋଦୟ ଗୃହ ଯୋଜନା ଅଗ୍ରଗତି ଉପରେ ଆଲୋଚନା କରି ଅସମ୍ପୂର୍ଣ ଗୃହଗୁଡିକୁ ସମ୍ପୂର୍ଣ କରିବା ପାଇଁ ବିଭିନ୍ନ ଜିଲାରୁ ଆସିଥିବା ମୁଖ୍ୟ ଉନ୍ନୟନ ଅଧିକାରୀ କହିଛନ୍ତି।

 

Dharitri – Odisha’s No.1, Most Trusted Odia Daily