କଖାରୁ ଚାଷ ଜମିରେ ନାଲି ପତାକା ଲଗାଇଲା ରାଜସ୍ବ ବିଭାଗ

ପାଟଣା,୬ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡ଼ା ଆର.ଆଇ ସର୍କଲ ଟାଙ୍ଗରପଡ଼ା ମୌଜାରେ ଥିବା ମୂଲ୍ୟବାନ ସରକାରୀ ଜମିକୁ କୌଣସି ବ୍ୟକ୍ତି ଜବରଦଖଲ କରି କଖାରୁ ଚାଷ କରିଥିବାର ଅଭିଯୋଗ ପାଇ ମଙ୍ଗଳବାର ସନ୍ଧ୍ୟାରେ ପାଟଣା ତହସିଲ ପ୍ରଶାସନ ପକ୍ଷରୁ ତହସିଲଦାର ଅଶ୍ୱିନୀ କୁମାର ନାଏକ, ରାଜସ୍ବ ପରିଦର୍ଶକ ବନମାଳୀ ନାଏକ, ରାଜସ୍ବ ନିରୀକ୍ଷକ ଦୀପକ କୁମାର ମହାନ୍ତ ପ୍ରମୁଖ ଯାଇ ସମ୍ପୃକ୍ତ ଜବରଦଖଲ ଜମିରେ ନାଲି ପତାକା ଲଗାଇବା ସହ ଉଚ୍ଛେଦ କରିଥିଲେ।

Share