କାମସାରି ଘରକୁ ଫେରୁଥିଲେ: ଗଛରେ ପିଟି ହୋଇ ଚାଲିଗଲା ୨ସାଙ୍ଗଙ୍କ ଜୀବନ

ସନ୍ତ୍ରୀଛକ,୪।୧(ସନ୍ତୋଷ ପରିଡ଼ା): ଅନୁଗୋଳ ଜିଲା ବଅଁରପାଳ ଥାନା ଅଧୀନ ବଉଳିଗଡ଼ ନିକଟରେ ରବିବାର ଏକ ଦୁର୍ଘଟଣା ଘଟିଛି। ଗଛରେ ପିଟି ହୋଇ ୨ସାଙ୍ଗଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହିନ୍ଦୋଳ ଥାନା ଗୁଲେହି ପଞ୍ଚାୟତ କଲଣ୍ଡା ଗ୍ରାମର ଶାନ୍ତନୁ ବେହେରା(୩୮) ଏବଂ ବାଲିମି ଥାନା ଅନ୍ତର୍ଗତ ସଞ୍ଜପଡ଼ା ପଞ୍ଚାୟତ ଆମେନା ଗ୍ରାମର ଅନିଲ ପ୍ରଧାନ(୩୨)।

ସୂଚନା ଅନୁଯାୟୀ, ୨ ସାଙ୍ଗ ତାଳଚେର ଅଞ୍ଚଳରେ ଗାଡ଼ି ଚାଳକ ଭାବେ କାମ କରୁଥିଲେ। ସେମାନେ କାମସାରି ଏକ ବାଇକ୍‌ ଯୋଗେ ଘରକୁ ଫେରୁଥିବା ବେଳେ ବଉଳିଗଡ଼ ଆମନା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟିହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

ଫଳରେ ସେମାନେ ରାସ୍ତାରେ ଛିଟିକି ପଡ଼ିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଏକ ଘରୋଇ ଚିକିତ୍ସାଳରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି କରି ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

Share