ଭଞ୍ଜନଗରରେ ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ, ପିଅନଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତୁରୁମୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲୀପ ମିଶ୍ର ବୁଧବାର ଚାକିରିରୁ ଅବସର ନେଇଛନ୍ତି। ଏହି ଅବସରରେ ବିଦ୍ୟାଳୟ ପରିସରରେ ତାଙ୍କ ଉଦ୍ଧେଶ୍ୟରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ ଯୋଗଦେଇ ମିଶ୍ରଙ୍କ କର୍ମମୟ ଜୀବନ ସମ୍ପର୍କରେ କହିଥିଲେ। ସେହିଭଳି ବଡକୋଦଣ୍ଡା ଜବାହର ନୋଡାଲ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ଅନିମା ମିଶ୍ରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଧାନଶିକ୍ଷକ ମନୋରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପ୍ରାକ୍ତନ ପ୍ରଧାନଶିକ୍ଷକ ତଥା ଓଷ୍ଟl ଜିଲା ସଭାପତି ସନ୍ତୋଷ କୁମାର ଜେନା, ନିମ୍ନ ମାଧ୍ୟମିକ ଶିକ୍ଷକ ସଂଘ ରାଜ୍ୟ ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା, ବରିଷ୍ଠ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ସ୍ବାଇଁ, ଶିକ୍ଷୟିତ୍ରୀ ସୁଜାତା ଦାସ, ପୂର୍ବତନ ସିଆର୍‌ସିସି ମୋହନ ସାହୁ ମଞ୍ଚାସୀନ ହୋଇ ଅନିମା ମିଶ୍ରଙ୍କ ଅତୀତ, ବର୍ତ୍ତମାନର ସ୍କୁଲ ଉପରେ ଥିବା ଦାୟିତ୍ୱ ଓ କର୍ତ୍ତବ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମକୁ ରଶ୍ମିତା ସାହୁ, ସାଜନ ସୱାଇଁ, ରାଜଲକ୍ଷ୍ମୀ ସାହୁ, ଗୀତାଞ୍ଜଳି ମଳିକ, ଶରତ ଚନ୍ଦ୍ର ବେହେରା,ଶାନ୍ତିଲତା ପ୍ରଧାନ, ନୀଳାଞ୍ଚଳ ପ୍ରଧାନ, ବାଳକୃଷ୍ଟ ପାତ୍ର, ପୁଷ୍ପାଞ୍ଜଳି ନାୟକ ପ୍ରମୁଖ ପରିଚାଳନା କରିଥିଲେ । ସେହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପିଅନ ନୟନି ନାଇକ ଆଜି କର୍ମମୟ ଜୀବନରୁ ଅବସର ନେଇଛନ୍ତି। ଏନେଇ ଆୟୋଜିତ ବିଦାୟ ସମ୍ବର୍ଦ୍ଧନା ସଭାରେ ଅଧକ୍ଷ ରାଜେନ୍ଦ୍ର ଦାସ ଅଧ୍ୟକ୍ଷତା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ବିଭାସ ଦାସ, ହର ପ୍ରସାଦ ଶତପଥୀ, ଅମିୟ ପଣ୍ଡା, ଡ ରବିନ୍ଦ୍ର ମିଶ୍ର, ଅଧ୍ୟାପିକା ରାଜ ଲକ୍ଷ୍ମୀ ରଥ ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ।

Share