ବେଲପଡ଼ା,୯ା୩(ମନୋଜ କୁମାର ମିଶ୍ର): ଅବସରପ୍ରାପ୍ତ ଶିକ୍ଷକ ଯଜ୍ଞେଶ୍ୱର ପାଣିଗ୍ରାହୀଙ୍କ ବଲାଙ୍ଗୀର ସହରର ପ୍ୟାଲେସ୍ ଲାଇନସ୍ଥିତ ବାସଭବନଠାରେ ୭ ତାରିଖ ଶନିବାର ରାତିରେ ପରଲୋକ ହୋଇଯାଇଛି। ଗତ ଦୁଇ ମାସ ହେଲା ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ରହିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ସନ୍ତୋଷ ଓ ପୁତ୍ରବଧୂ ସ୍ମିତା,ଝିଅ ପଲ୍ଲବିନୀ, ସ୍ନେହାସିନୀ, ସନ୍ତୋଷିନୀ, ନାତୁଣୀ ରୁଚି, ନାତି ଅପ୍ରମିତ, ରାହୁଲ, କୁନମୁନ, ଓମ୍, ସୋମ୍, ଅନିକେତ, ଜ୍ବାଇଁ ଗୋପାଲଜୀ ପାଣିଗ୍ରାହୀ,ବିଜୟ ମିଶ୍ର, ମନୋଜ ମିଶ୍ର ଓ ଆତ୍ମୀୟ ସ୍ବଜନ ଉପସ୍ଥିତ ରହିଥିଲେ। ମୃତ୍ୟୁ ଖବର ଜାଣିବା ପରେ ବଲାଙ୍ଗୀର ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମେତ ପୌରାଧ୍ୟକ୍ଷା ଲିକା ସାହୁ ଶେଷ ଦର୍ଶନ କରିଥିଲେ। ସ୍ବର୍ଗତ ପାଣିଗ୍ରାହୀ ଜଣେ ଆଦର୍ଶ ଶିକ୍ଷକ ଭାବରେ ଚୁଡ଼ାପାଲି, ରାମପୁର, ସାଲେଭଟା, ବଲାଙ୍ଗୀର ଅଞ୍ଚଳରେ ଜଣାଶୁଣା ଥିଲେ। ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଆର୍ଟିଓ ଅଫିସ ନିକଟ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ପୁଅ ସନ୍ତୋଷ ପାଣିଗ୍ରାହୀ ମୁଖାଗ୍ନି ଦେଇଥିଲେ।