ରିଷିଡ଼ା,୧୭।୧୦(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଳକ ଗଜବାହାଲ ପଞ୍ଚାୟତର ବଡ଼ ତୁଙ୍ଗରୀଗୁଡାର ଅବସର ପ୍ରାପ୍ତ ଫାର୍ମାସିଷ୍ଟ ହମିଦ୍ ବେହେରାଙ୍କ ପରଲୋକ ହୋଇଯାଇଛି । ଭୁବନେଶରସ୍ଥିତ ଏକ ଡ଼ାକ୍ତରଖାନାରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ତାଙ୍କର ମତ୍ୟୁ ହୋଇଥିଲା। ମୃତ୍ୟୁ ବେଳକୁ ୭୫ ବର୍ଷ ହେଉଥିଲା ଶୁକ୍ରବାର ତାଙ୍କ ତାଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଦାହ କରାଯାଇଥିଲା। ଏକମାତ୍ର ପୁତ୍ର ସମବାୟ ବ୍ୟାଙ୍କ ପ୍ରବନ୍ଧକ (କାହ୍ନା) ମୁଖାଗ୍ନି ଦେଇଥିଲେ । ସ୍ବଗର୍ତ ବେହେରା ରିଷିଡ଼ା ଡ଼ାକ୍ତରଖାନାରେ ଫାର୍ମାସିଷ୍ଟ ଭାବେ ଯୋଗଦେବା ପରଠୁ ଅଞ୍ଚଳର ଜଣେ ଲୋକପ୍ରିୟ ଚିକିତ୍ସିକ ଭାବେ ସୁନାମ ଅର୍ଜନ କରିଥିଲେ l ତାଙ୍କ ନିଜ ପୈତୃକ ଗ୍ରାମ କେନ୍ଦୁଝର ଜିଲା ହେଲେ ହେଁ ସେ ଏଠାରେ ଘରକରି ସ୍ଥାୟୀଭାବେ ରହି ଆସୁଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଗଭୀର ଶୋକ ପ୍ରକାଶ ପାଇଛି ।