ବେଙ୍ଗାଲୁରୁ,୧୯ା୨:ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ରୁ ଅବସର ଗ୍ରହଣ କରିଥିବା ଜଣେ ୬୫ ବର୍ଷୀୟ ଅଧିକାରୀ ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ନାଗେଶ୍ୱର ରାଓ ତାଙ୍କ ପରିବାର ସହ ବେଙ୍ଗାଲୁରୁରେ ରହୁଥିଲା ବେଳେ ବୁଧବାର ସେ ତାଙ୍କ ସ୍ତ୍ରୀ ସନ୍ଧ୍ୟାଶ୍ରୀଙ୍କ ବେକରେ ଏକ ଟାଓ୍ବେଲ ବାନ୍ଧି ତାଙ୍କୁ ହତ୍ୟା କରିଛନ୍ତି ବୋଲି ବେଙ୍ଗାଲୁରୁର ଆଭାଲହାଲି ଥାନାଧିକାରୀ କହିଛନ୍ତି। ନାଗେଶ୍ୱର କିଛି ଦିନ ହେଲା ମାନସିକ ରୋଗରେ ପୀଡ଼ିତ ଥାଇ ଚିକିତ୍ସିତ ହେଉଥିଲେ। ସେ ସନ୍ଧ୍ୟାଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିବାକୁ ଚାହୁଁଥିଲେ ବୋଲି ପୋଲିସ କହିଛି।