ଅବସରପ୍ରାପ୍ତ କ୍ଷେତ୍ର ନିରୀକ୍ଷକ ନିଧି ମହାନନ୍ଦଙ୍କ ପରଲୋକ

ବଲାଙ୍ଗୀର,୩।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପରିସଂଖ୍ୟାନ କାର୍ଯ୍ୟାଳୟର ଅବସରପ୍ରାପ୍ତ ବରିଷ୍ଠ କ୍ଷେତ୍ର ନିରୀକ୍ଷକ ନିଧି ମହାନନ୍ଦ(୭୦)ଙ୍କ ପରଲୋକ ହୋଇଯାଇଛି। ସେ କିଛିଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ। ସେ ଜଣେ ମିଷ୍ଟଭାଷୀ, ମେଳାପୀ, ବନ୍ଧୁବତ୍ସଳ ଓ କର୍ତ୍ତବ୍ୟନିଷ୍ଠ ବ୍ୟକ୍ତି ଭାବେ ପରିଚିତ ଥିଲେ।

ମୃତ୍ୟୁ ବେଳକୁ ତାଙ୍କ ଶଯ୍ୟା ନିକଟରେ ସ୍ତ୍ରୀ ବିନତା, ପୁଅ ସରୋଜ ମହାନନ୍ଦ, କେନ୍ଦ୍ରୀୟ ରାସ୍ତା ଓ କୋଠା ସର୍କଲ ବିଭାଗ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମନୋଜ ମହାନନ୍ଦ, ନରେଶ ମହାନନ୍ଦ, ବୋହୂ, ଝିଅ ସସ୍ମିତା, ଜ୍ବାଇଁ, ନାତିନାତୁଣୀ ଉପସ୍ଥିତ ଥିଲେ। ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ତୁଷରା ନିକଟ ନୂଆପଡ଼ା ସ୍ଥିତ ବାସଭବନକୁ ଆସି ଶେଷ ଦର୍ଶନ କରିଥିଲେ। ନୂଆପଡ଼ା ଗାଁରେ ତାଙ୍କ ଅନ୍ତ୍ୟେଷ୍ଟି କ୍ରିୟା ସମ୍ପନ୍ନ ହୋଇଛି।