ଅବସରପ୍ରାପ୍ତ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ: ଯୁଧିଷ୍ଠିର ସଭାପତି, ନାଗେଶ୍ବର ସମ୍ପାଦକ

ଦିଗପହଣ୍ଡି,୧୧।୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। କର୍ମକର୍ତ୍ତା ନିର୍ବାଚନ ନିମନ୍ତେ ଆୟୋଜିତ ସଂଘର ପରିବର୍ଦ୍ଧିତ ଆଲୋଚନା ସଭାରେ ପ୍ରଥମେ ସଂଘର ଆୟବ୍ୟୟ ଉପସ୍ଥାପନ କରାଯାଇ ଅନୁମୋଦିତ କରାଯିବା ପରେ ସଂଘର ସାଙ୍ଗଠନିକ ଅଭିବୃଦ୍ଧି ଏବଂ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଏହାପରେ ଆଗାମୀ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇ ଭୀଷ୍ମଗିରି ଗ୍ରାମସ୍ଥିତ ରାମଜୀ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ଯୁଧିଷ୍ଠିର ସ୍ବାଇଁଙ୍କୁ ସର୍ବସମ୍ମତ କ୍ରମେ ସଭାପତି ରୂପେ ନିର୍ବାଚିତ କରାଯାଇଥିଲା।

ସେହିଭଳି ସୁବାଷ ଚନ୍ଦ୍ର ପାଢ଼ୀ-ଉପସଭାପତି, କେ. ନାଗେଶ୍ବର ରାଓ – ସମ୍ପାଦକ, ଭବାନୀ ପ୍ରସାଦ ପାଢ଼ୀ- ସହସମ୍ପାଦକ, ନରହରି ସାହୁଙ୍କୁ କୋଷାଧ୍ୟକ୍ଷ ରୂପେ ମନୋନୀତ କରାଯାଇଥିଲା। ବରିଷ୍ଠ ସଦସ୍ୟ ଗଣେଶ ମହାରଣାଙ୍କୁ ସମୀକ୍ଷକ ଏବଂ ସୂର୍ଯ୍ୟ ନାରାୟଣ ପାତ୍ର, ସୁବାସ ଚୌଧୁରୀ, କୃଷ୍ଣଚନ୍ଦ୍ର ବ୍ରହ୍ମା, ସୁରେନ୍ଦ୍ର ପଟ୍ଟନାୟକ, ପଦ୍ମ ଚରଣ ମେକାପଙ୍କୁ ନେଇ ସଂଘର ଏକ ଉପଦେଷ୍ଟା ମଣ୍ଡଳୀ ଗଠନ କରାଯାଇଥିଲା। ଏଥିରେ ଭୀମସେନ ପଣ୍ଡା, ସୁଷମା ପାଠୀ, ଅରୁଣ ରଥ, ପୀତବାସ ରଥ, ଦଣ୍ଡପାଣି ସାହୁ, ପୀତାମ୍ବର ମହାରଣା, ରାଜକିଶୋର ଚୌଧୁରୀ, ସୁବାଷ ଚନ୍ଦ୍ର ଗୌଡ, ବିମ୍ବାଧର ବେହେରା ଏବଂ ହରିଶ୍ଚନ୍ଦ୍ର ପାଢୀଙ୍କୁ ନେଇ ଏକ କାର୍ଯ୍ୟକାରୀ କମିଟି ମଧ୍ୟ ଗଠିତ ହୋଇଥିବା ଜଣାପଡିଛି।

Share