ଆଇପିକ୍ୟୁର ୫ମ ସଂସ୍କରଣର ଫଳାଫଳ

ନୂଆଦିଲ୍ଲୀ,୩୦।୩: ମ୍ୟାକ୍ସ ଲାଇଫ୍‌ ଇନ୍ସୁରାନ୍ସର ଫ୍ଲାଗଶିପ୍‌ ସର୍ଭେ ଇଣ୍ଡିଆ ପ୍ରୋଟେକ୍ସନ କ୍ୱୋଟେଣ୍ଟ ସର୍ଭେ (ଆଇପିକ୍ୟୁ)ର ୫ମ ସଂସ୍କରଣର ଫଳାଫଳ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ସର୍ଭେ ଦେଶର ପୂର୍ବାଞ୍ଚଳରେ ବାସ କରୁଥିବା ସହରୀ ଭାରତୀୟମାନଙ୍କ ଆର୍ଥିକ ପ୍ରସ୍ତୁତୀକରଣର ଗଭୀର ତଥ୍ୟକୁ ପ୍ରକାଶ କରିଛି। ଏ ସମ୍ପର୍କରେ ମ୍ୟାକ୍ସ ଲାଇଫ୍‌ର ଉପ ପରିଚାଳନା ନିର୍ଦ୍ଦେଶକ ଭି. ବିଶ୍ୱାନନ୍ଦ କହିଛନ୍ତି, ଆମର ଫ୍ଲାଗ୍‌ଶିପ୍‌ ‘ଇଣ୍ଡିଆ ପ୍ରୋଟେକ୍ସନ କ୍ୱୋଟେଣ୍ଟ’ ସର୍ଭେର ୫ମ ସଂସ୍କରଣ ପୂର୍ବ ଭାରତର ସହରାଞ୍ଚଳର ଲୋକମାନେ ଆର୍ଥିକ ସୁସ୍ଥତା ପାଇଁ ସମ୍ମୁଖୀନ ହେଉଥିବା ପ୍ରମୁଖ ଆହ୍ବାନଗୁଡିକୁ ଉନ୍ମୋଚନ କରିଛି। ବିଶେଷ କରି ସେମାନଙ୍କର ଆର୍ଥିକ ସୁରକ୍ଷାକୁ ଉନ୍ନତ କରିବା ଲାଗି ଉଦ୍ଦିଷ୍ଟ ପଦକ୍ଷେପଗୁଡିକର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଛି। ଗତ ୫ ବର୍ଷ ମଧ୍ୟରେ ଏହି ଆଇପିକ୍ୟୁ ସର୍ଭେ ଆର୍ଥିକ ସ୍ବାଧୀନତା ପ୍ରତି ଭାରତୀୟମାନଙ୍କ ଯାତ୍ରାକୁ ଦର୍ଶାଉଛି।