Categories: ଜାତୀୟ

ଦୀପାବଳି ପୂର୍ବରୁ ଦିଲ୍ଲୀରେ ଲାଗିଲା କଟକଣା

ନୂଆଦିଲ୍ଲୀ,୧୯ା୧୦: ଦୀପାବଳିର ଦିନକ ପୂର୍ବରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ଅତି ନିକୃଷ୍ଟସ୍ତରକୁ ଖସିଯିବା ଫଳରେ ରବିବାର ପ୍ରଦୂଷଣ ନିରୋଧୀ କଟକଣା ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌ର ଦ୍ୱିତୀୟ ପର୍ଯ୍ୟାୟ (ଜିଆର୍‌ଏପି)ଲାଗୁ ହୋଇଛି।

ଗତ ମଙ୍ଗଳବାର ଦିଲ୍ଲୀ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୨୦୦ ଅତିକ୍ରମ କରିବା ପରେ ଜିଆର୍‌ଏପି-୧ ଲାଗୁ ହୋଇଥିଲା। ରବିବାର ଏକ୍ୟୁଆର୍‌ ବିଭିନ୍ନ ସ୍ଥାନରେ ୩୦୦ ଅତିକ୍ରମ କରିଛି, ଯାହାକି ଅତ୍ୟନ୍ତ ନିକୃଷ୍ଟ ବର୍ଗର। ଦୀପାବଳି ପରେ ସ୍ଥିତି ଆହୁରି ଗମ୍ଭୀର ହେବାକୁ ଥିବାରୁ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ଜିଆର୍‌ଏପି-୨ ଲାଗୁ କରିଛନ୍ତି।

Share