Dillika Babu: Dillip Cherian
୧୯୯୨ ବ୍ୟାଚ୍ ଏଜିଏମ୍ୟୁଟି (ଅରୁଣାଚଳପ୍ରଦେଶ, ଗୋଆ, ମିଜୋରାମ ଏବଂ ୟୁନିୟନ ଟେରିଟୋରି) କ୍ୟାଡର ଅଧିକାରୀ ଅଶ୍ୱିନୀ କୁମାର ଦିଲ୍ଲୀର ପ୍ରମୁଖ ଶାସନ ସଚିବ(ଗୃହ) ଭାବେ ନିଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ କୁମାର ଏବେ ବି ମ୍ୟୁନିସିପାଲ କର୍ପୋରେଶନ ଅଫ୍ ଦିଲ୍ଲୀ(ଏମ୍ସିଡି)ର ଜଣେ ସ୍ବତନ୍ତ୍ର ଅଧିକାରୀ ଭାବେ କାର୍ଯ୍ୟରତ। ଆଶ୍ଚର୍ଯ୍ୟର କଥା, ସେ ଏହି ଦାୟିତ୍ୱ ସମ୍ପାଦନ ଜାରି ରଖିବେ ବୋଲି ତାଙ୍କ ନିଯୁକ୍ତି ନୋଟିସ ଦର୍ଶାଇଛି । କୁମାରଙ୍କ ନିଯୁକ୍ତି ଘୋଷଣା ଅନେକଙ୍କୁ ଚକିତ କରିଛି। ତାଙ୍କ ନୂଆ ନିଯୁକ୍ତି ସବୁ ବାବୁଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ଏମ୍ସିଡିରେ କୁମାରଙ୍କ ପଦବୀ ଏବେ କେବଳ ଏକ ପ୍ରତୀକାମତ୍କ ନା ନିରୀକ୍ଷକାମତ୍କ ହୋଇ ରହିବ ତାକୁ ନେଇ ସେମାନେ ଦ୍ୱନ୍ଦ୍ୱରେ ରହିଛନ୍ତି। ସୂତ୍ରରୁ ପ୍ରକାଶ, ଦିଲ୍ଲୀର ତିନୋଟି ମ୍ୟୁନିସିପାଲ କର୍ପୋରେଶନର ପଦବୀ ଏକୀକରଣ ସମୟରେ ଏମ୍ସିଡିର ସ୍ବତନ୍ତ୍ର ଅଧିକାରୀ ଭାବେ କୁମାରଙ୍କ କାର୍ଯ୍ୟକାଳ ଏକ ଅସ୍ଥାୟୀ ବ୍ୟବସ୍ଥା ଭାବେ ରଖାଯାଇଥିଲା। ଆଶ୍ଚର୍ଯ୍ୟପ୍ରକଟ କରିଥିବା ଲୋକମାନେ ବିଶ୍ୱାସ କରୁଛନ୍ତି, ତାଙ୍କୁ ପ୍ରମୁଖ ସଚିବ ଭାବେ ନିଯୁକ୍ତ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍ଏଚ୍ଏ) ସଙ୍କେତ ଦେଉଛି ଯେ, ଏମ୍ସିଡିରେ ତାଙ୍କ ସକ୍ରିୟ ଭୂମିକା ଶେଷ ହୋଇଛି ଏବଂ ଗୃହ ବିଭାଗ ହିଁ ତାଙ୍କର ମୁଖ୍ୟ ଦାୟିତ୍ୱ । ମନ୍ତ୍ରଣାଳୟ ନିୟନ୍ତ୍ରଣରେ ସିଧାସଳଖ ଦିଲ୍ଲୀ ପୋଲିସ ରହୁଥିବାରୁ କୁମାରଙ୍କ ନୂଆ ଭୂମିକା ସେତେ ଗୁରୁତ୍ୱପୂର୍ଣ୍ଣ ନୁହେଁ ବୋଲି ଆଉ କେତେକେ ବିଚାର କରୁଛନ୍ତି। ତଥାପି ଦେଖିବାକୁ ଗଲେ ଶାନ୍ତ ଏନ୍ସିଆର୍ରେ ଆଇନଶୃଙ୍ଖଳା ବଜାୟ ରଖିବା ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। ତେବେ ଏମ୍ଏଚ୍ଏ ଓ ଦିଲ୍ଲୀର ଏଏପି ସରକାରଙ୍କ ମଧ୍ୟରେ ଏବକାର ବିଭେଦପୂର୍ଣ୍ଣ ସମ୍ପର୍କ କୁମାରଙ୍କୁ ଅଧିକ ଆହ୍ବାନର ସମ୍ମୁଖୀନ କରାଇପାରେ। କୁହାଯାଉଛି , ଚଳିତ ବର୍ଷ ଶେଷସୁଦ୍ଧା କୁମାରଙ୍କ ବ୍ୟାଚ୍ ଆଇଏଏସ୍ ଅଧିକାରୀମାନଙ୍କର ନିଯୁକ୍ତି ତାଲିକା ପ୍ରସ୍ତୁତ ହେବ। ଏଣୁ କୁମାରଙ୍କ ଦାୟିତ୍ୱରେ ଶୀଘ୍ର ପରିବର୍ତ୍ତନର ପ୍ରସ୍ତୁତି ଆରମ୍ଭ କରାଯାଇପାରେ ଓ ତାଙ୍କୁ କେନ୍ଦ୍ରରେ ସଚିବ ଭାବେ ଅବସ୍ଥାପିତ କରାଯିବାର ପୂରା ସମ୍ଭାବନା ରହିଛି।
ସୁଧାରରେ ବିଳମ୍ବ
ଗୋଟିଏ ମନ୍ତ୍ରଣାଳୟ ତା’ ନିଜ କାର୍ଯ୍ୟକଳାପରେ ଶୀଘ୍ର ପରିବର୍ତ୍ତନ କରିବାର ତପତ୍ରତା ପ୍ରକାଶ କରେ ବୋଲି କୁହାଯାଏ। କିନ୍ତୁ ରେଲଓ୍ବେ ମନ୍ତ୍ରଣାଳୟରେ ଏହା ଘଟିବା ଦେଖାଯାଇନି। ଏହାର ମୁଖ୍ୟ ନିଯୁକ୍ତିଗୁଡ଼ିକରେ ଅତ୍ୟଧିକ ବିଳମ୍ବ କରାଯିବା ବହୁ ସମୟରେ ବାବୁ ଓ ପର୍ଯ୍ୟବେକ୍ଷକମାନଙ୍କୁ ବିସ୍ମିତ କରିଛି। ପ୍ରାୟ ଏକ ବର୍ଷରୁ ଊଦ୍ଧ୍ୱ ସମୟ ଧରି କଠୋର ପ୍ରୟାସ ପରେ ମନ୍ତ୍ରଣାଳୟ ଏବେ ଡିଭିଜନାଲ ରେଲଓ୍ବେ ମ୍ୟାନେଜର(ଡିଆର୍ଏମ୍୍) ଭାବେ ୨୦ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦେଇଛି। ପ୍ରଥମରୁ ସବୁ କ୍ୟାଡରର ଏକୀକରଣରେ କଠିନତା ଏବଂ ଅନ୍ୟସବୁ ସୁଧାରକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ନିରୀକ୍ଷଣ କରୁଥିବା କାରଣରୁ ବିଳମ୍ବ ହେଉଥିବା କୁହାଯାଉଥିଲା। ଏହାସହ ଡିଆର୍ଏମ୍ ପଦବୀ ଲାଗି ଯୋଗ୍ୟତାର ସର୍ବନିମ ବୟସ ୫୨କୁ ହଟାଇବା ମଧ୍ୟ ବିଳମ୍ବର ଏକ କାରଣ । ସୂତ୍ରରୁ ପ୍ରକାଶ ଯେ, ଯଦି ସରକାର ୫୨ ବର୍ଷ ବୟସ ସୀମାର ମାନଦଣ୍ଡ ଶେଷ କରିଦେଲେ ତେବେ ଏହି ପଦବୀଗୁଡ଼ିକରେ ନିଯୁକ୍ତି ବର୍ଷକରୁ ଅଧିକ ସମୟ ବିଳମ୍ବ କରିବାର କୌଣସି କାରଣ ନାହିଁ। ଡିଭିଜନାଲ ମ୍ୟାନେଜର ଏବଂ ବୋର୍ଡ ମେମ୍ବରମାନଙ୍କ ନିଯୁକ୍ତି ପାଇଁ ମନ୍ତ୍ରଣାଳୟ ଏହି ସମାନ ପଦ୍ଧତି ଆପଣାଇବ କି ନାହିଁ ତା’ଉପରେ ବି କେତେଜଣ ରେଲ୍ବାବୁ ବିଚାର କରୁଛନ୍ତି। ସ୍ପଷ୍ଟଭାବେ କ୍ୟାଡର ସଂଘର୍ଷ ଏବଂ ବିଭାଗବାଦ ଦୂର କରି ସମାନତା ଆଣିବା ସକାଶେ ରେଲ୍ଓ୍ବେର ୮ଟି ସଂଗଠିତ ଗ୍ରୁପ୍-ଏ ସର୍ଭିସକୁ ଏକାଠି କରି ଏକ ଇଣ୍ଡିଆନ୍ ରେଲଓ୍ବେ ମ୍ୟାନେଜ୍ମେଣ୍ଟ ସର୍ଭିସ(ଆଇଆର୍ଏମ୍ଏସ୍) କରାଯିବା ସତ୍ତ୍ୱେ ମଧ୍ୟ ଆଶା କରାଯାଉଥିବା ପରିଣାମ ମିଳିଲା ନାହିଁ। ଏବେସୁଦ୍ଧା ପ୍ରାୟ ୧୧ଟି ରେଲଓ୍ବେ ଜେନେରାଲ ମ୍ୟାନେଜର ପଦବୀ ଖାଲି ରହିଛି। ଏହାସହ ମନ୍ତ୍ରଣାଳୟରେ ଅନ୍ୟ ପ୍ରମୁଖ ପଦବୀ ଖାଲିପଡ଼ିଛି। ମୁଖ୍ୟ ପଦବୀଗୁଡ଼ିକରେ ନିଯୁକ୍ତିରେ ବିଳମ୍ବିତ ନିଷ୍ପତ୍ତି ମନ୍ତ୍ରଣାଳୟର ଆହ୍ବାନଗୁଡ଼ିକୁ ଆହୁରି ଜଟିଳ କରିବ।
ନିର୍ବାଚନ ପୂର୍ବରୁ ବଦଳି
ଆଗକୁ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନର ଉଷ୍ମତା ବଢୁଛି। ଏହି ପରିପ୍ରେକ୍ଷୀରେ ସେଠାକାର ପ୍ରଶାସନରେ ମନ୍ଥନ ଆରମ୍ଭ ହୋଇଯାଇଛି। ନିର୍ବାଚନକୁ ଦୃଷ୍ଟିରେ ରଖି ବାବୁମାନଙ୍କୁ ଲଗାତର ବଦଳି କରାଯାଉଛି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ରଭାଇ ପଟେଲ ସୁରଟ ଓ ଭଦୋଦରା ମ୍ୟୁନିସିପାଲ କର୍ପୋରେଶନର କମିଶନରଙ୍କୁ ବଦଳି କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। କାହିଁକି କେବଳ ଦୁଇଜଣ କମିଶନରଙ୍କୁ ବଦଳି କରାଗଲା ତାହାକୁ ନେଇ ବାବୁ ମହଲରେ ପ୍ରଶ୍ନ ଉଠିଛି। ସୁରଟ ମ୍ୟୁନିସିପାଲ କମିଶନର ବାଞ୍ଛାନିଧି ପାଣିଙ୍କୁ ଭଦୋଦୋରା ମ୍ୟୁନିସିପାଲ କମିଶନର(ଭିଏମ୍ସି) ଭାବେ ବଦଳି କରାଯାଇଛି। ଭିଏମ୍ସି କମିଶନର ଶାଲିନୀ ଅଗ୍ରଓ୍ବାଲାଙ୍କ ସ୍ଥାନରେ ତାଙ୍କୁ ଅବସ୍ଥାପିତ କରାଯାଇଛି। ସୂତ୍ରରୁ ପ୍ରକାଶ , ପାଣି ତାଙ୍କ ବଦଳିକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ସୁରଟରେ ତାଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନେକ ଯୋଜନାର ନିରୀକ୍ଷଣ କରିବା ଲାଗି ତାଙ୍କୁ ସୁରଟରେ ରହିବାକୁ ଅନୁମତି ଦିଆଯାଉ ବୋଲି ସେ ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ବିଶ୍ୱସ୍ତ ଭାବେ ଜଣାଶୁଣା ପାଣି କେନ୍ଦ୍ରୀୟ ପ୍ରତିନିଯୁକ୍ତି ପାଇଁ ଅନୁରୋଧ କରିଥିଲେ। କିନ୍ତୁ ରାଜ୍ୟ ସରକାର ତାଙ୍କୁ ଛାଡ଼ିବା ପାଇଁି ଅନିଛା ପ୍ରକାଶ କରୁଛନ୍ତି। ସେହିପରି ଅଗ୍ରଓ୍ବାଲା ଗାନ୍ଧୀନଗରରେ ଓ ଜିଏସ୍ଟି ବିଭାଗରେ ନିଯୁକ୍ତି ଚାହଁୁଛନ୍ତି। ରାଜ୍ୟ ସରକାର ଏହାକୁ ମଧ୍ୟ ମନା କରିଦେଇଛନ୍ତି ଓ ଏହା ବଦଳରେ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କୁ ସୁରଟରେ ଅପେକ୍ଷା କରିବାକୁ ପଡ଼ିବ।
Email: dilipcherian@gmail.com