ଲାଞ୍ଜିଗଡ଼ର ବିକାଶ ପାଇଁ ଜିଲାପାଳଙ୍କୁ ଭେଟିଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼,୧୫ା୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସହରକୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ରୂପେ ଘୋଷଣା କରାଯିବା ପାଇଁ ରାଜ୍ୟ ସରକାରଙ୍କୁ ସୁପାରିସ କରିବା ସହିତ ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆଙ୍କ ନେତୃତ୍ୱରେ ଏକ ୮ ଜଣିଆ ସଦସ୍ୟ ଶନିବାର କଳାହାଣ୍ଡି ଜିଲାପାଳ ସଚିନ ପାଓ୍ବାର ପ୍ରକାଶଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି।

ସୂଚନାନୁସାରେ ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତାକୁ ସମ୍ପ୍ରସାରଣ କରିବା ପାଇଁ ଚଳିତ ବର୍ଷ ୧୭/୦୨/୨୫ ତାରିଖରେ ଲାଞ୍ଜିଗଡ଼ ଅଞ୍ଚଳର ଜନସାଧାରଣ ଜିଲାପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ କିନ୍ତୁ ଆଜକୁ ୯ ମାସ ବିତିଯାଇଥିଲେ ସୁଦ୍ଧା ଲାଞ୍ଜିଗଡ଼ ରାସ୍ତା ସମ୍ପ୍ରସାରଣ କରିବାର ନା ଧରୁନାହାନ୍ତି ସଂପୃକ୍ତ ବିଭାଗ। ତେଣୁ ପୁଣି ଆଜି ଏକ ଆଠ ଜଣିଆ ପ୍ରତିନିଧିଦଳ ଯାଇ କଳାହାଣ୍ଡି ଜିଲାପାଳ ଶ୍ରୀଯୁକ୍ତ ସଚିନ ପାୱାର ପ୍ରକାଶଙ୍କୁ ଭେଟି ପୁଣି ଥରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

ଏହି ସ୍ମାରକ ପତ୍ରରେ ଲାଞ୍ଜିଗଡ଼କୁ ନୂତନ ବିଜ୍ଞାପିତ ଅଞ୍ଚଳ ପରିଷଦ ରୂପେ ଘୋଷଣା କରାଯାଉ। ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତା ଅଣଓସାରିଆ ଥିବା ହେତୁ ଲାଞ୍ଜିଗଡ଼ ସହରରେ ସଦା ସର୍ବଦା ଟ୍ରାଫିକ ସମସ୍ୟା ରହୁଛି, ଭି ଲାଞ୍ଜିଗଡ଼ ସହର ଗୋଟେ ଶିଳ୍ପ ସହର ଯାହାଫଳରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପ୍ରତ୍ୟକ ଦିନ ଲାଞ୍ଜିଗଡ଼ ଦେଇ ଶହଶହ ଭାରୀଯାନ ଗାଡି ଯିବା ଆସିବI କରିଥାଏ ଯାହାଫଳରେ ରାସ୍ତା ଅଣ ଓସାରିଆ ଓ ବଡ଼ବଡ଼ ଯାନବାହନ ରାସ୍ତା ଉପରେ ଗାଈ ଗୋରୁ ରହୁଥିବା ହେତୁ ବହୁ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟୁଛି। ଏହି ମୁଖ୍ୟ ରାସ୍ତା ଉପରେ ଯଦିଓ ଗୋଟେ ରୋଗୀକୁ ନେଇ ଯାଉ ଥିବା ଆମ୍ବୁଲାନ୍ସ ଟ୍ରାଫିକ ଜାମରେ ଫସିଯାଏ ଯାହା ଫଳରେ ସେହି ଦୁଇଶହ ମିଟର ରାସ୍ତାକୁ ଅତିକ୍ରମ କରି ବାହାରକୁ ଯିବାକୁ ହେଲେ ଅତି କମରେ ୪୦ ରୁ ୫୦ ମିନିଟ ସମୟ ଲାଗିଯାଇଥାଏ। ତେଣୁକରି ପେସନିଆ କହିବା ଅନୁସାରେ ଏହି ଲାଞ୍ଜିଗଡ଼ ସହର ଉପରେ ଲାଞ୍ଜିଗଡ ବ୍ଲକର ୧୨ଟି ପଞ୍ଚାୟତର ଜନସାଧାରଣ ନିର୍ଭର କରିଥାନ୍ତି ତଥା ଲାଞ୍ଜିଗଡ ପଞ୍ଚାୟତ,ଜଗନ୍ନାଥପୁର ପଞ୍ଚାୟତ, ଛତ୍ରପୁର ପଞ୍ଚାୟତ,ତ୍ରିଲୋଚନପୁର ପଞ୍ଚାୟତ,ବିଜେପୁର ପଞ୍ଚାୟତ, ପାହାଡ଼ପଦର ପଞ୍ଚାୟତ,ମାଳିଯୁବଙ୍ଗ ପଞ୍ଚାୟତ, ଲIଖବାହଲି ପଞ୍ଚାୟତ,ବେନଗାଁ ପଞ୍ଚାୟତ,ଲାଞ୍ଜି ପଞ୍ଚାୟତ,ବନ୍ଧପlରି ପଞ୍ଚାୟତ ଇତ୍ୟାଦି ଗୁଡିକ ସହିତ ଲାଞ୍ଜିଗଡ଼ ବେଦାନ୍ତ ଆଲୁମିନା କାରଖାନାରେ କାମ କରୁଥିବା ହଜାର ହଜାର ଶ୍ରମିକ ଲାଞ୍ଜିଗଡ଼ ମାର୍କେଟ ଉପରେ ନିର୍ଭର କରିଥାନ୍ତି। ଯାହାଫଳରେ ଲୋକ ସଂଖ୍ୟା ହିସାବରେ ଲାଞ୍ଜିଗଡ଼ ସହରର ମୁଖ୍ୟ ରାସ୍ତା ଅଣଓସାରିଆ ହେlଇଥବା ହେତୁ ଲାଞ୍ଜିଗଡ଼ ସହର ଉପରେ ନିର୍ଭର କରୁଥିବା ୧୨ଟି ପଞ୍ଚାୟତ ଲୋକଙ୍କ ଅସନ୍ତୁଷ୍ଟ ବାତlବରଣ ଖେଳି ଯାଇଛି। ଏହି ପରିପେକ୍ଷୀରେ ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆଙ୍କ ସହିତ ପୂର୍ବତନ ଜିଲା ପରିଷଦ ସଦସ୍ୟ ରାଜେନ୍ଦ୍ର ପ୍ରତାପ ସିଂ ଦେଓ, ଲାଞ୍ଜିଗଡ଼ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ରାଜେନ୍ଦ୍ର ମାଳି, ଲାଞ୍ଜିଗଡ଼ ଆଞ୍ଚଳିକ ବିକାଶ ପରିଷଦ କୋଷାଧ୍ୟକ୍ଷ ମହେଶ୍ୱର ପତି,ଲାଞ୍ଜିଗଡ଼ ଉନ୍ନୟନ ପରିଷଦ ସମ୍ପାଦକ ଶ୍ରୀମୁଖ ଅଗସ୍ତି ପ୍ରମୁଖ ଯାଇ କଳାହାଣ୍ଡି ଜଲାପାଳଙ୍କୁ ଏହି ସ୍ମାରକପତ୍ର ପ୍ରଦାନ କରିଥିଲେ।

Dharitri – Odisha’s No.1 Odia Daily