ନୂଆପଡ଼ା,୧୧ା୭ (ମକାରୁ ବେମାଲ):ନୂଆପଡ଼ା ସଦର ବ୍ଲକ ଚୂଲାଭାଟ ପଞ୍ଚାୟତ ପଣ୍ଡରିପାଣି ଗାଁର ୪ ପଡ଼ା ଗାଁର ଅଧିବାସୀ ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ଅଭିଶପ୍ତ ଜୀବନ ବିତାଉଛନ୍ତି। ସୂଚନା ଅନୁଯାୟୀ ଗୋନ୍ଦଳାବାହାରା, ଭାଲୁପାଣି, ବାଉଁଶଡୋଙ୍ଗରି ଓ ଚନ୍ଦାପଡା ଆଦି ପଡ଼ା ଗାଁରେ ଆଦିବାସୀ ସମ୍ପ୍ରଦାୟର ୨ଶହରୁ ଊର୍ଦ୍ଧ୍ୱ ପରିବାର ବସବାସ କରନ୍ତି। ନିକଟରେ ଆମ୍ବଝରନ ନାଳ ବହିଯାଇଥିବାରୁ ବର୍ଷା ଋତୁ ଆସିଲେ ଗ୍ରାମବାସୀଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ। ନାଳରେ ପୋଲ ନ ଥିବାରୁ ଗାଁ ଲୋକେ ବର୍ଷା ଦିନରେ ଜଳବନ୍ଦୀ ହୋଇ ରହିଥାନ୍ତି ା ଭଲ ରାସ୍ତାଟିଏ ନ ଥିବାରୁ ଗାଁକୁ କୌଣସି ଗାଡି କିମ୍ବା ଆମ୍ବୁଲାନ୍ସ ଯାଇପାରେ ନାହିଁ। ଫଳରେ କୌଣସି ଲୋକ ରୋଗରେ ପଡିଲେ କିମ୍ବା ଗର୍ଭବତୀଙ୍କୁ ଖଟିଆରେ ବୋହି ନେବାକୁ ପଡେ। ଅଙ୍ଗନୱାଡି କେନ୍ଦ୍ର ନ ଥିବାରୁ କୋମଳମତି ଶିଶୁମାନେ ପୁଷ୍ଟିକର ଖାଦ୍ୟ ଓ ପ୍ରାକ୍ ଶିକ୍ଷାରୁ ବଞ୍ଚତ୍ତ ଅଛନ୍ତି ା ପ୍ରାୟ ୫କି.ମି. ଦୂର ଗଙ୍ଗାଦିଗଡ ଗାଁରେ ଅଙ୍ଗନୱାଡି କେନ୍ଦ୍ର ରହିଥିଲେ ମଧ୍ୟ ଜଙ୍ଗଲିଆ ରାସ୍ତାରେ ଶିଶୁ ଯିବା ଅସମ୍ଭବ ହୋଇପଡୁଛି। ଏହି ୪ ଗାଁ ପାଇଁ ଗୋନ୍ଦଳାବାହାରାଠାରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଛି ା ସେଥିରେ ଦୁଇ ଜଣ ଶିକ୍ଷକ ମଧ୍ୟ ନିଯୁକ୍ତ ହୋଇଛନ୍ତି ା ଖରା ଓ ଶୀତ ଦିନରେ ପିଲା ଖୁସିରେ ସ୍କୁଲ ଯାଇ ଅଧ୍ୟୟନ କରି ଘରକୁ ଫେରନ୍ତି ା ବର୍ଷା ଦିନ ହେଲେ ନାଳ ପାରି ହୋଇ ସ୍କୁଲ ଯିବା କଷ୍ଟକର ହେଉଥିବାରୁ ପାଠ ପଢା ବନ୍ଦ ହୋଇଯାଉଛି ା ଜଳ ଯୋଗାଣ ବିଭାଗ ପକ୍ଷରୁ ଗାଁରେ ପାଇପ ଲାଇନ ବିଛାଯାଇ ଘରକୁ ସଂଯୋଗ ହୋଇଛି ା ହେଲେ ଷ୍ଟାଣ୍ଡପୋଷ୍ଟ ନିର୍ମାଣ ହୋଇ ନାହିଁ କିମ୍ବା ପାଣି ଯାଉ ନାହିଁ। ଲେଶକେ ନଈ, ନାଳ, ମୁଡା, ଖୋଲା କୂଅ ପାଣି ବ୍ୟବହାର କରି ନାନା ରୋଗରେ ପୀଡିତ ହେଉଛନ୍ତି। ଏ ସଂକ୍ରାନ୍ତରେ ଜିଲାପାଳ ମଧୁସୂଦନ ଦାଶଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ଗାଁଗୁଡିକୁ ଯାଇ ସମସ୍ୟା ବୁଝିଛି। ଉକ୍ତ ଗାଁ ଜଙ୍ଗଲ ବିଭାଗ ଅଞ୍ଚଳରେ ରହିଛି ା ବନଖଣ୍ଡ ଅଧିକାରୀଙ୍କ ସହ ଆଲୋଚନା କରି ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ରାସ୍ତା ନିର୍ମାଣ ସହ ନାଳ ଉପରେ ବ୍ରିଜ ନିର୍ମାଣ କରାଯିବ ବୋଲି କହିଥିଲେ ା