ବାହାରୁଛନ୍ତି ଗୋଟିଏ ପରେ ଗୋଟି ଅଜଗର: ଗାଁ ଲୋକେ…

କର୍ଲାମୁଣ୍ଡା:୧୨।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତ ଅବୁଜବାହାଲଠାରେ ବନ ବିଭାଗ ପକ୍ଷରୁ  ଆଉ  ଏକ ଅଜଗର ସାପ ଉଦ୍ଧାର ହୋଇଥିବା ଜଣାପଡ଼ିଛି ।
ସୂଚନାକ୍ରମେ, ଅବୁଜବାହାଲ ଗ୍ରାମରେ ଗତ ଗୁରୁବାର ଅଜଗର ଉଦ୍ଧାର ହୋଇଥିବା ବେଳେ ଶନିବାର ମଧ୍ୟ ଏକ  ଦୁଇ ଫୁଟ ଲମ୍ବର ଛୋଟ ଅଜଗର ସାପକୁ ବନ ବିଭାଗ ଉଦ୍ଧାର କରିଛନ୍ତି। ଏକ ଜମି ରେ ଏହି ସାପଟି ଥିବା ଦେଖିବାକୁ ପାଇ  ଗାଁ ଲୋକେ ବନ ବିଭାଗକୁ ସୂଚନା ଦେଇଥିଲେ। ତେବେ ଖବର ପାଇ ମଦନପୁର ବନପାଳ ସମ୍ପଦ କୁମାର, ମ. ରାମପୁର ବନାଞ୍ଚଳ ସହକାରୀ ବନ ସରକ୍ଷକ  ଅସିତ କୁମାର ଦାସ, ବନ ରକ୍ଷୀ ସତ୍ୟ ଭାମା ନାଗ, ସତ୍ୟମ ମାଝୀ, ପ୍ରତାପ ବାଗ  ପହଞ୍ଚି ସାପଟିକୁ ଉଦ୍ଧାର କରିବା ସହ  ସୁନାମୁଖୀ ଜଙ୍ଗଲରେ ଛାଡି ଥିବା ମଦନପୁର ବନପାଳ ସମ୍ପଦ କୁମାର ସୂଚନା ଦେଇଛନ୍ତି। ଏଭଳି ଅଜଗର ବାହରୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଛନ୍ତି।