ସ୍ବାଭିମାନ ଅଞ୍ଚଳରେ ସାଧାରଣତନ୍ତ୍ର ଦିବସ

ଚିତ୍ରକୋଣ୍ଡା,୨୬ା୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯୋଡ଼ାମ୍ବ ଥାନାରେ ପାଳିତ ହୋଇଛି ୭୩ତମ ସାଧାରଣତନ୍ତ୍ର ଦିବସ। ଓଡିଶା ପୋଲିସ ଓ ସୀମା ସୁରକ୍ଷା ବାହିନୀ ମିଳିତ ଆନୁକୂଲ୍ୟରେ ଯୋଡ଼ାମ୍ବ ଥାନାଧିକାରୀ ଅନିଲ କୁମାର ପରିଡ଼ାଙ୍କ ନେତୃତ୍ୱରେ ପାଳନ କରାଯାଇଛି l ସେହିପରି ସ୍ବାଭିମାନ ଅଞ୍ଚଳ ପାପରମେଟେଲା ଥାନା ଆନୁକୂଲ୍ୟରେ ଥାନାଧିକାରୀ ଚନ୍ଦ୍ରକାନ୍ତି ତାଣ୍ଡିଙ୍କ ନେତୃତ୍ୱରେ ଗୁରୁପ୍ରିୟା ସେତୁ ଉପରେ ୭୩ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିବା ବେଳେ ସ୍ବାଭିମାନ ଅଞ୍ଚଳର ଗୋରାସେତୁ, ଘନବେଢା ଓ ହାଟଗୁଡ଼ା ବିଏସ୍‌ଏସ୍‌ କ୍ୟାମ୍ପରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବା ସହିତ ଚିତ୍ରକୋଣ୍ଡା ଖେଳ ପଡ଼ିଆଠାରେ ତହସିଲଦାର ଟି. ପଦ୍ମନାଭ ଦୋରାଙ୍କ ଦାରା ପାଳିତ ହୋଇଛି। ଚିତ୍ରକୋଣ୍ଡା ବ୍ଲକ କାର୍ଯ୍ୟାଳୟ, ଥାନା, ବନାଞ୍ଚଳ, ଚିତ୍ରକୋଣ୍ଡା ମାଟିବନ୍ଧ ପ୍ରକଳ୍ପ, କୋଷାଗାର, ଉପଖଣ୍ଡ ଚିକିତ୍ସାଳୟ, ସାମ୍ବାଦିକ ସଂଘ କାର୍ଯ୍ୟାଳୟ, ବ୍ୟାଙ୍କ ଓ ସମସ୍ତ ଛୋଟବଡ଼ ଶିକ୍ଷାନୁଷ୍ଠାନ ତଥା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନରେ କରୋନା କଟକଣା ମଧ୍ୟରେ ପାଳିତ ହୋଇଛି ସାଧାରଣତନ୍ତ୍ର ଦିବସ।