The President, Shri Pranab Mukherjee presenting the Padma Shri Award to Shri Virat Kohli, at a Civil Investiture Ceremony, at Rashtrapati Bhavan, in New Delhi on March 30, 2017.
ଆଡିଲେଡ୍,୧୭।୧୨(ପି.ଟି.): ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଗ୍ରେଗ୍ ଚାପେଲଙ୍କୁ କଡ଼ା ଜବାବ୍ ଦେଇଛନ୍ତି ଭାରତୀୟ ଅଧିନାୟକ ବିରାଟ କୋହଲି। ଚାପେଲ କୋହଲିଙ୍କୁ ‘ଅଣ ଅଷ୍ଟ୍ରେଲୀୟ ଖେଳାଳିଙ୍କ ମଧ୍ୟ ସର୍ବକାଳୀନ ଶ୍ରେଷ୍ଠ ଅଷ୍ଟ୍ରେଲିଆ କ୍ରିକେଟର ବା ଅଷ୍ଟ୍ରେଲୀୟ ମାନସିକତା ରଖୁଥିବା ଖେଳାଳି’ ବୋଲି କହିଥିଲେ। ଏକ ନୂଆ ଭାରତ ପାଇଁ ପ୍ରତିନିଧିତ୍ୱ କରୁଛି। ପରିସ୍ଥିତି ଅନୁସାରେ ଆଶା ଅନୁରୂପ ଭାବେ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସାମ୍ନା କରିବାକୁ ପ୍ରସ୍ତୁତ ଅଛି ବୋଲି ନିଜର ଜବାବ ରଖି କୋହଲି ପ୍ରଥମ ଟେଷ୍ଟର ଅବ୍ୟବହିତ ପୂର୍ବରୁ କହିଛନ୍ତି।
ନିଜର ଆକ୍ରମଣାତ୍ମ ଆଭିମୁଖ୍ୟ ଓ ଲଢୁଆ ମନୋବୃତ୍ତି ସଂକ୍ରାନ୍ତରେ କୋହଲିଙ୍କୁ ପ୍ରଶ୍ନ କରାଯାଇଥିଲା। ଅଷ୍ଟ୍ରେଲୀୟ ଖେଳାଳିମାନେ ମଧ୍ୟ ସମାନ ପ୍ରକାର ଆଭିମୁଖ୍ୟ ଓ ଲଢୁଆ ଖେଳ ପ୍ରଦର୍ଶନ କରିଥାନ୍ତି। ତେଣୁ ଚାପେଲ ଦେଇଥିବା ମନ୍ତବ୍ୟ ନେଇ କୋହଲିଙ୍କୁ ଏକ ଭର୍ଚ୍ଚୁଆଲ ଖବରଦାତା ସମ୍ମିଳନୀରେ ଏ ନେଇ ପ୍ରଶ୍ନ କରାଯାଇଥିଲା। ମୋର ଚରିତ୍ର ଓ ବ୍ୟକ୍ତିତ୍ୱ ଅନୁସାରେ ଏକ ନୂଆ ଭାରତକୁ ପ୍ରତିନିଧିତ୍ୱ କରୁଛି। ଅଷ୍ଟ୍ରେଲିଆ ଖେଳାଳିଙ୍କ ସହିତ ମୋତେ ତୁଳନାର ଆବଶ୍ୟକତା ନାହିଁ। ପ୍ରଥମରୁ ମୋର ବ୍ୟକ୍ତିତ୍ୱ ଠିକ୍ ଏହିପରି। ନୂଆ ଭାରତ ଏବେ ସବୁ ପ୍ରକାର ଚ୍ୟାଲେଞ୍ଜକୁ ସମ୍ନା କରିବାକୁ ପ୍ରସ୍ତୁତ ଅଛି ଓ ଏଥରେ ପଛ ଘୁଞ୍ଚା ଦେବା କିମ୍ବା ଭୟଭୀତ ହେବାର କାରଣ ନାହିଁ। ଏଥିରେ ଆଶା ଓ ସକାରାତ୍ମକତା ରହିଛି। ସବୁ ପ୍ରକାର ଆହ୍ବାନ ଓ ସମସ୍ୟାକୁ ସାମ୍ନା କରିବାକୁ ଆମେ ପ୍ରସ୍ତୁତ ଅଛୁ। ମୋର ମଧ୍ୟ ବ୍ୟକ୍ତିତ୍ୱ ଆରମ୍ଭରୁ ଏହିପରି ରହିଆସିଛି ବୋଲି କୋହଲି ସ୍ପଷ୍ଟ କରିଛନ୍ତି।