କର୍ଲାମୁଣ୍ଡା,୨୩।୧୧ (ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଯୁବ ସାହିତି୍ୟକ ସୁଶାନ୍ତ ମଲ୍ଲିକ “ଓଡ଼ିଶା ରତ୍ନ ଆଓ୍ବାର୍ଡ” ରେ ସମ୍ବର୍ଦ୍ଧିତ ହେବେ I ଏନେଇ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସଂସ୍କୃତି ବିଭାଗ ସହଭାଗିତାରେ ଓଡ଼ିଶାର କଲ୍ଚରାଲ ଆର୍ଟ ଏକାଡେମୀ ଓ ମୁର୍ଚ୍ଛନା ଓଡ଼ିଶା ପକ୍ଷରୁ ନାମ ଘୋଷଣା କରାଯାଇଛି। ଆସନ୍ତା ୨୫ ତାରିଖ ମଙ୍ଗଳବାର ହେବାକୁ ଥିବା ଓଡ଼ିଶା ସରକାର ତରଫରୁ ଜାତୀୟସ୍ତରୀୟ ଶରତ ମହୋତ୍ସବ ରେ ଓଡ଼ିଶା ସରକାର ତରଫରୁ ଏକ ବିଜ୍ଞପ୍ତି ନିମନ୍ତ୍ରଣ ପତ୍ରରେ କାର୍ଯ୍ୟକ୍ରମ ଅଧ୍ୟକ୍ଷ ପରିଚାଳକ ବସନ୍ତ କୁମାର ଦାଶ ସୂଚନା ଦେଇଛନ୍ତି l ସୁଶାନ୍ତ ଜଣେ କବି, ଗାଳ୍ପିକ, ତଥା ୯ ବର୍ଷ ଧରି ନିରବଚ୍ଛିନ୍ନ ଭାବେ ଶ୍ରୀଜଗନ୍ନାଥ କଳା ସଂସ୍କୃତି ସଂଙ୍କିର୍ତ୍ତନ ସେବା ବିକାଶ ପରିଷଦ ଜିଲ୍ଲା ସଭାପତି, ବିଶହିନ୍ଦୁ ପରିଷଦ ବଜରଙ୍ଗ ଦଳ ବ୍ଲକ ପ୍ରମୁଖରେ ଯୁବ ସାମ୍ବାଦିକ ମଲ୍ଲିକ ବିଭିନ୍ନ ଦାୟିତ୍ୱରେ ଜଡିତ ଅଛନ୍ତି। ଏହାଛଡ଼ା ବିଭିନ୍ନ ଗଣମାଧ୍ୟମ ସହିତ ଓତଃପ୍ରୋତଭାବେ ଜଡ଼ିତ ବହୁ ସାଂସ୍କୃତିକ ସାମାଜିକ ସଂସ୍ଥା, ସଂଶ୍ଲିଷ୍ଟ ଲେଖକ, ସୃଜନାତ୍ମକ ପ୍ରଗତିଶୀଳ ଗାୟକ, କବିତା, ସାହିତ୍ୟ ଲେଖକ ଯୁବ ସଂଗଠକ ଆଗ୍ରହ ରଖିଥିବା ଏବଂ ପୂର୍ବ ନବୀନ ସରକାରରେ ହୋଇଥିବା ରାଜ୍ୟ ସ୍ତରୀୟ ଉତ୍ସବରେ ମଧ୍ୟ ପଲ୍ଲୀଭାରତ ସମ୍ମାନ, ସ୍କୋପ ଓଡ଼ିଶା, ଅଷ୍ଟଭୁଜା ସାହିତ୍ୟ ଅନୁଷ୍ଠାନ ପୁରୀ ଆଦିରେ ସମ୍ମାନୀତ ହୋଇଛନ୍ତି। ଏବେ ଆସନ୍ତା ୨୫ ତାରିଖରେ ଓଡ଼ିଶା ସରକାରଙ୍କ ସହଭାଗିତାରେ ଜୟଦେବ ଭବନଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଜାତୀୟସ୍ତରୀୟ ଶରତ ମହୋତ୍ସବରେ ସୁଶାନ୍ତ ମଲ୍ଲିକ ଓଡ଼ିଶା ରତ୍ନ ପୁରସ୍କାରରେ ସମ୍ମାନିତ ହେବେ ବୋଲି ସୂଚନା ମିଳିଛି।