ଭାରତ ବିନା ଖେଳାଯିବ ଚାମ୍ପିଅନ୍ସ ଟ୍ରଫି? ପିସିବିର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୮।୧୧: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ନଭେମ୍ବର ୨୯ରେ ଆଇସିସିର ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ବିସିସିଆଇ ଏବଂ ପିସିବି ସହିତ ସମସ୍ତ ବୋର୍ଡ ସଦସ୍ୟ ଉପସ୍ଥିତ ରହିବେ। ତେବେ ଏହି ଟୁର୍ନାମେଣ୍ଟର ଆୟୋଜକ ଅଧିକାର ପାକିସ୍ତାନ ନିକଟରେ ଅଛି। ହେଲେ ଭାରତୀୟ ଟିମ୍‌ ପଡୋଶୀ ଦେଶ ଗସ୍ତ କରିବାକୁ ମନା କରିଛି। ଏହା ପରଠାରୁ ହିଁ ବିବାଦ ଜାରି ରହିଛି କି ଟୁର୍ନାମେଣ୍ଟ କେବେ ଏବଂ କେଉଁଠାରେ ଖେଳାଯିବ। ଏଥିଲାଗି ଆଇସିସି ମିଟିଂ ରଖିଛି। ଏହାପରେ ଚାମ୍ପିଅନ୍ସ ଟ୍ରଫି ଉପରେ ଶେଷ ନିଷ୍ପତ୍ତି ନିଆଯିବ।

ଆଇସିସି ବୈଠକରେ ୩ ବିକଳ୍ପ ଉପରେ ବିଚାର କରାଯିବ। ଏଥିରେ ପ୍ରଥମ ବିକଳ୍ପ ହେଉଛି ଟୁର୍ନାମେଣ୍ଟରେ ହାଇବ୍ରିଡ୍‌ ମଡେଲ ଉପରେ ଆଲୋଚନା। ଦ୍ୱିତୀୟଟି ହେଉଛି ସମ୍ପୂର୍ଣ୍ଣ ଭାବେ ପାକିସ୍ତାନ ବାହାରେ ଟୁର୍ନାମେଣ୍ଟ ଖେଳାଯିବ। ଶେଷ ବିକଳ୍ପ ଏହା ଯେ ଭାରତ ବିନା ଟୁର୍ନାମେଣ୍ଟ ପାକିସ୍ତାନରେ ହିଁ ଖେଳାଯିବ। ତେବେ ପାକିସ୍ତାନୀ ଗଣମାଧ୍ୟମ ମୁତାବକ, ପାକିସ୍ତାନ ବୋର୍ଡ ତୃତୀୟ ବିକଳ୍ପ ଉପରେ ବିଚାର କରୁଛି। ଅର୍ଥାତ ଦେଶ ଭାରତ ବିନା ଟୁର୍ନାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତୁତ ଅଛି।

ପିଟିଆଇ ରିପୋର୍ଟ ମୁତାବକ, ପିସିବି ଆଇସିସିକୁ ଏନେଇ ସୂଚିତ କରିଛି ଯେ ହାଇବ୍ରିଡ ମଡେଲକୁ ସ୍ବୀକାର କରାଯିବ ନାହିଁ। ଏଥିସହ ବୋର୍ଡର ବୈଠକରେ ଅନ୍ୟ ବିକଳ୍ପ ଉପରେ ଆଲୋଚନା କରିବାକୁ କହିଛି।

Share
Tags: Sports News