ସାନଘାଗରାରେ ଆରମ୍ଭ ହେଲା ଶିବଙ୍କ ମୂର୍ତ୍ତି ମରାମତି କାମ, ଦୀର୍ଘ ମାସ ହେଲା ବିପଦପୂର୍ଣ ଅବସ୍ଥାରେ ଥିଲା…

କେନ୍ଦୁଝର, ୭ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ସାନଘାଗରା ଜଳପ୍ରପାତ ପର୍ଯ୍ୟଟନ କେନ୍ଦ୍ରର ବୋଟିଂ ପାଇଁ ନିର୍ମାଣ ହୋଇଥିବା କୃତ୍ରିମ ହ୍ରଦର ମଝିରେ ନିର୍ମାଣ ହୋଇଥିବା ଶିବଙ୍କ ମୂର୍ତ୍ତି ମରାମତି କାମ ଆରମ୍ଭ ହୋଇଛି । ଏହି ମୂର୍ତ୍ତି ଦୀର୍ଘ ମାସ ହେଲା ଗୋଟିଏ ପାଖକୁ ଢଳି ଯାଇ ବିପଦପୂର୍ଣ ଅବସ୍ଥାରେ ରହିଥିଲା । ଏହାକୁ ନେଇ ଆଜି ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଏହାର ମରାମତି କାମ ଆରମ୍ଭ ହୋଇଛି । ଚାରିପାଖରେ ବାଉଁଶ ବାଡ ମରା କାମ ଆରମ୍ଭ ହୋଇଛି । ଏହା ପରେ ମୂର୍ତ୍ତିର ମରାମତି କାମ ହେବ । ଏହି ମୂର୍ତ୍ତି କୁ ଚାରିପାଖରୁ ଦିଆଯାଇଥିବା ସପୋର୍ଟଗୁଡିକ ଭାଙ୍ଗିଯିବା ଫଳରେ ଏହା ଗୋଟିଏ ପାଖକୁ ଢଳି ଯାଇଥିଲା । ଫଳରେ ଏହାର ସୌନ୍ଦର୍ଯ୍ୟ ହାନୀ ଘଟିବା ସହ ଏହା ଦ୍ୱାରା ଉକ୍ତ ହ୍ରଦରେ ବୋଟିଂ କରୁଥିବା ପର୍ଯ୍ୟଟକଙ୍କ ପାଇଁ ବିପଦ ଆଶଙ୍କା ସୃଷ୍ଟି କରୁଥିଲା । ଏହାର ମରାମତି ହୋଇ ନ ଥିଲେ ଏହାର ଓଜନ ଅଧିକ ଥିବାରୁ ସଂପୂର୍ଣ୍ଣ ଢଳିଯାଇ ହ୍ରଦରେ ପଡିଯାଇଥାନ୍ତା ବୋଲି ମତପ୍ରକାଶ ପାଉଥିଲା। ଯାହାକୁ ଚାରି ପାଖରେ ବୋଟରେ ବସି ଭ୍ରମଣ କରୁଥିବା ପର୍ଯ୍ୟଟକଙ୍କ ପାଇଁ ବିପଦ ସୃଷ୍ଟି କରିଥାନ୍ତା। ମୂର୍ତ୍ତି ନିର୍ମାଣକରିଥିବା ସଂସ୍ଥା ଏହାର ମରାମତି କାମ କରୁଥିବା ସୂଚନା ମିଳିଛି । ତେବେ ପ୍ରଶାସନ ପକ୍ଷରୁ ଏହାର ମରାମତି କାମ ଆରମ୍ଭ ନେଇ ତତ୍ପରତା ଦେଖାଇ ଥିବାରୁ ଅନେକ ସ୍ବାଗତ କରିଥିବା ବେଳେ ତୁରନ୍ତ କରିବା ସହ ଓ ସୃଦୃଢ ଭାବରେ ମରାମତି କରିବାକୁ ଦାବି ହେଉଛି ।

 

Dharitri – The Largest & Most Trusted Odia Daily

Share