ଦିଗପହଣ୍ଡି,୨୬ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଶନିବାର ସନ୍ଧ୍ୟାରେ ଭାଜପା ପକ୍ଷରୁ କାର୍ଗିଲ ବିଜୟ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ଶ୍ରୀଚନ୍ଦ୍ର ଚୂଡ଼େଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଜପା ଶକ୍ତିକେନ୍ଦ୍ର କାର୍ଯ୍ୟକର୍ତ୍ତା ସୁଷମା ଗୌଡ଼ ଅଧ୍ୟକ୍ଷତା କରିଥିଲେ। କାର୍ଗିଲ ଯୁଦ୍ଧରେ ଦେଶ ମାତୃକାର ସେବାରେ ନିୟୋଜିତ ଥିବା ସେନାବାହିନୀର ବହୁ ସଂଖ୍ୟକ ଯବାନ ଶହୀଦ ହୋଇଥିଲେ। ଦିବଂଗତ ଯବାନମାନଙ୍କ ସ୍ମୃତିରେ କ୍ୟାଣ୍ଡେଲ ପ୍ରଜ୍ଜ୍ୱଳନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଭାଜପା ରାଜ୍ୟ ପରିଷଦ ସଦସ୍ୟ ପରେଶ ଚନ୍ଦ୍ର ରଥ, ବ୍ରହ୍ମପୁର ଏମ୍.ପି ପ୍ରତିନିଧି ଭବାନୀଶଙ୍କର ପଣ୍ଡା, ଭାଜପା କାର୍ଯ୍ୟକର୍ତ୍ତା ଟୁନା ଚୌଧୁରୀ, ଦୟାନିଧି ନାହାକ, ଭୁବନେଶ୍ବର ପଣ୍ଡା, ଗଣେଶ ପଣ୍ଡା, ଶ୍ରୀକାନ୍ତ ମହାରଣା, ଆଶା ଦାସ, ଇ.ବିଶିକେଶନଙ୍କ ସମେତ ବହୁ ସଂଖ୍ୟକ ଦଳୀୟ କର୍ମୀ ଉପସ୍ଥିତ ଥିଲେ।