Categories: ଗଞ୍ଜାମ

ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇ ତାଲୁକ ଆଇନ ସହାୟତା କମିଟି ପାଳିଲା…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ଶୁକ୍ରବାର ସିଭିଲ କୋର୍ଟ କମ୍ପ୍ଲେକ୍ସ ପରିସରରେ ଶହୀଦ ଦିବସ ପାଳିତ ହୋଇଯାଇଛି। ସିଭିଲ ଜଜ୍‌ ସିନିୟର ଡିଭିଜନ କୋର୍ଟର ମୁଖ୍ୟ କିରାଣି ପ୍ରଦୀପ କୁମାର ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ସ୍ମୃତି ସଭାରେ ବରିଷ୍ଠ ଦଓ୍ବୋନୀ ବିଚାରପତି ତଥା ଆଇନ ସହାୟତା କମିଟିର ଅଧ୍ୟକ୍ଷା ମହାଶ୍ୱେତା ପରିଜା ମୁଖ୍ୟ ଅତିଥି ଏବଂ ଜେଏମ୍‌ଏଫ୍‌ସି କୋର୍ଟର ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଦେଶ ମାତୃକାର ସେବା ଓ ସୁରକ୍ଷା ସମେତ ସ୍ବାଧୀନତା ସଂଗ୍ରାମ ସମୟରେ ଜୀବନକୁ ବଳିଦାନ ଦେଇ ଶହୀଦ ହୋଇଥିବା ଜାତିର ଜନକ ମହାତ୍ମା ଗାନ୍ଧୀ, ଭଗତ୍‌ ସିଂ, ଚନ୍ଦ୍ର ଶେଖର ଆଜାଦ, ସୁଖଦେବ ରାଜଗୁରୁଙ୍କ ସମେତ ଅନ୍ୟ ଶହୀଦମାନଙ୍କ ସ୍ମୃତି ଚାରଣ କରାଯିବା ସହ ସେହି ମହାନ ଆତ୍ମାମାନଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।

ସରକାରୀ ଓକିଲ ହେମନ୍ତ କୁମାର ପାଣିଗ୍ରାହୀ,ବିଜୟ କୁମାର ପ୍ରଧାନ, ଆଇନଜୀବୀ ହରପ୍ରସାଦ ରଥ, ମନୋରଞ୍ଜନ ପଣ୍ଡା, କୋର୍ଟ କର୍ମଚାରୀ ଶିବରାମ ସାହୁ, ସସ୍ମିତା ମହାରଣା, ଅଞ୍ଜଳି ମହାରଣା, ଅଶ୍ୱିନୀ କୁମାର ପଟ୍ଟନାୟକ,ସଂଗ୍ରାମ କୁମାର ପଣ୍ଡା, ପ୍ରଦୀପ କୁମାର ପୁରୋହିତ,ପପୁନ ମହାରଣା,ପିଲଚୁ ହେମ୍ବ୍ରମ, ରୁଦ୍ର ପ୍ରସାଦ ତାଣ୍ଡିଆ, ନିରଞ୍ଜନ ଶବର,କେ. ନୋକିଆ ଓ କୋର୍ଟ ଏଏସ୍‌ଆଇ ଦିଲ୍ଲୀପ କୁମାର ଗୋରଡ଼ା, କନଷ୍ଟେବଳ ପ୍ରଭାକର ସାହୁ, ସୁଦାମ ବେହେରାଙ୍କ ସମେତ ଅନ୍ୟାନ୍ୟ କୋର୍ଟ କର୍ମଚାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Share