ମନେରହିବେ ପ୍ରଫୁଲ୍ଲ: ଅବସରପ୍ରାପ୍ତ ଶିକ୍ଷକଙ୍କ ପରଲୋକରେ ଖେଳିଗଲା ଶୋକର ଛାୟା

ପାଟଣା,୨୧।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ଗ୍ରାମର ଅବସରପ୍ରାପ୍ତ ହାଇସ୍କୁଲ ଶିକ୍ଷକ ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ମଙ୍ଗଳବାର ସକାଳେ କେନ୍ଦୁଝରର ହସ୍ପିଟାଲରେ ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୭୬ବର୍ଷ ହୋଇଥିଲା। ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ। ସେ ଜଣେ ଅତ୍ୟନ୍ତ ଅମାୟିକ, ବନ୍ଧୁବତ୍ସଳ ବ୍ୟକ୍ତି ଥିଲେ। ପୁଅ ରଜନୀକାନ୍ତ, ସୀତାକାନ୍ତ, ଶ୍ରୀକାନ୍ତ, ଝିଅ ଶ୍ରଦ୍ଧାଞ୍ଜଳି, ସ୍ନେହାଞ୍ଜଳି ଉପସ୍ଥିତ ଥିଲେ।
ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ , ଶିକ୍ଷାବିତ ଅକ୍ଷୟ ନାରାୟଣ ମିଶ୍ର, ଧରଣୀ ଧର ଦାସ, ଅବସର ପ୍ରାପ୍ତ ରେଞ୍ଜର ରଞ୍ଜନ କୁମାର ପାଣି, ପ୍ରତାପ ଚନ୍ଦ୍ର ରଣା, ଦିଲ୍ଲୀପସିଂ, ବିଜେଡି ନେତା ଶତୃଘ୍ନ ସିଂ, ସାମାଜିକ କର୍ମୀ ବିଜୟ କୁମାର ଦୀକ୍ଷିତ,ଜିତେନ୍ଦ୍ର ସିଂ,ପ୍ରଫୁଲ୍ଲ ରାଉତ, ପ୍ରମୁଖ ଶେଷ ଦର୍ଶନ କରିବା ସହ ଗଭୀର ଶୋକ ପ୍ରକାଶ କୁକରିଛନ୍ତି। ଅନ୍ତ୍ୟେଷ୍ଟି କ୍ରିୟା ରାଜ ନଗର ବୈତରଣୀ ନଦୀକୂଳରେ ଅପରାହ୍ନରେ ଅନୁଷ୍ଠିତ ହେବ। ବଡ ପୁଅ ରଜନୀକାନ୍ତ ମିଶ୍ର ମୁଖାଗ୍ନି ଦେବେ ବୋଲି ପରିବାର ସୂତ୍ରରୁ ପ୍ରକାଶ।

 

Dharitri – Odisha’s No.1 Odia Daily

 

Share