ଆକାର ପଟେଲ
ଆମ ଗଣମାଧ୍ଯମ ଏବଂ ହ୍ଵାଟ୍ସଆପ୍ ଗ୍ରୁପଗୁଡ଼ିକରେ ଆମେ ଯେଉଁ ସବୁ ବିଷୟରେ ଆଲୋଚନା ବା ପ୍ରଚାର କରୁଛୁ, ତାହା ମଧ୍ୟରୁ ଗୋଟିଏ। ହେଉ ହେଉଛି ଜନସଂଖ୍ୟାଗତ ପରିବର୍ତ୍ତନ। ଲଭ୍ ଜିହାଦ ଏବଂ ଅନ୍ୟ କିଛି ବିଷୟ ବି ରହିଛି। ତେବେ ଆମେ ଯାହାକୁ ନେଇ ଚିନ୍ତିତ ତାହା ସପକ୍ଷରେ ତଥ୍ୟ ନାହିଁ । ଆମର ଆସ୍ଥା ବା ବିଶ୍ବାସ ଥିବାବେଳେ ତଥ୍ୟ କାହିଁକି ପ୍ରାସଙ୍ଗିକ ହେବ ? ଡିଜିଟାଲ ନ୍ୟୁଜ୍ ପ୍ଲାଟଫର୍ମ ଦି ନ୍ୟୁଜ ମିନିଟ କେରଳରେ ଧର୍ମାନ୍ତରୀକରଣ ହୋଇଥିବା ଲୋକଙ୍କ ସଂଖ୍ୟା ପ୍ରକାଶ କରିଛି। ମନେରଖନ୍ତୁ, ଇଏ ହେଉଛି ସେହି ରାଜ୍ୟ ; ଯାହାର ହାଇକୋର୍ଟ ଡିସେମ୍ବର ୨୦୦୯ରେ ଘୋଷଣା କରି ଧର୍ମାନ୍ତରୀକରଣକୁ ‘‘ଆର୍ଥକ ଦୃଷ୍ଟିରୁ ସ୍ବଚ୍ଛଳ ପରିବାରର ଉଚ୍ଚ ଜାତିର ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ଝିଅଙ୍କୁ ଫସାଇବା ପାଇଁ ଏକ ଯୋଜନା’’ ଭାବେ ସନ୍ଦେହ କରନ୍ତି ବୋଲି ଘୋଷଣା କରିଥିଲେ। ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ ବୋଲି ସ୍ବୀକାର କରିଥିବା ବିଚାରପତିଙ୍କ ମନ୍ତବ୍ୟ ଲଭ୍ ଜିହାଦର ଷଡ଼ଯନ୍ତ୍ର ତତ୍ତ୍ୱ ଆରମ୍ଭ କରିଥିଲା, ଯାହା ଏବେ ବି ସମାଜରେ ରହିଛି। ଦି ନ୍ୟୁଜ ମିନିଟ କେରଳରୁ ଧର୍ମାନ୍ତରୀକରଣ ବା ଧର୍ମ ପରିବର୍ତ୍ତନ ସମ୍ପର୍କୀତ ତଥ୍ୟ ସଂଗ୍ରହ କରିଥିଲା। ୨୦୨୪ରେ ରାଜ୍ୟରେ ମୋଟ ୯୬୩ ଜଣ ଧର୍ମ ପରିବର୍ତ୍ତନ କରିଥିଲେ, ଯେଉଁଥିରେ ୫୪୩ ମହିଳା ଏବଂ ୪୨୦ ପୁରୁଷ ଥିଲେ। ହିନ୍ଦୁ ଧର୍ମକୁ ଯାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୬୫ ଥିଲା (୩୨୯ ପୂର୍ବରୁ ଥିଲେ ଖ୍ରୀଷ୍ଟିଆନ ଏବଂ ୩୬ ଥିଲେ ପୂର୍ବରୁ ମୁସଲମାନ)। ଇସ୍ଲାମ ଧର୍ମକୁ ଧର୍ମାନ୍ତରୀକରଣ ହୋଇଥିବା ଲୋକଙ୍କ ସଂଖ୍ୟା ୩୪୩ ଥିଲା (୨୭୬ ପୂର୍ବରୁ ହିନ୍ଦୁ ଏବଂ ୬୭ ଖ୍ରୀଷ୍ଟିଆନ ଥିଲେ)। ଖ୍ରୀଷ୍ଟ ଧର୍ମକୁ ଯାଇଥିବା ଲୋକଙ୍କ ସଂଖ୍ୟା ୨୫୫ (ଯେଉଁଥରେ ୨୩୪ ହିନ୍ଦୁ ଏବଂ ୨୩ ମୁସଲମାନ ଥିଲେ)। କେରଳରେ କୌଣସି ଲଭ୍ ଜିହାଦ କିମ୍ବା ଅନ୍ୟ କିଛି ଘଟୁ ନାହିଁ । ଯେଉଁମାନେ ଏହିସବୁ ଘଟଣାକୁ ଅନୁଧ୍ୟାନ କରୁଛନ୍ତି ସେମାନେ ଏହି ତଥ୍ୟକୁ ନେଇ ଆଶ୍ଚର୍ଯ୍ୟ ହେବେ ନାହିଁ । କିଛି ବର୍ଷ ପୂର୍ବେ ପ୍ରକାଶିତ ମୋ ପୁସ୍ତକ ‘ଆମ ହିନ୍ଦୁ ରାଷ୍ଟ୍ର’ରେ, ମୁଁ ଅତୀତର ଧର୍ମାନ୍ତରୀକରଣ ସଂଖ୍ୟାଗୁଡ଼ିକ ଉପରେ ବିଶ୍ଳେଷଣ କରିଥିଲି । ୭ ମାର୍ଚ୍ଚ ୨୦୧୭ରେ, ମାଲୟାଲମ ମନୋରମା ଏକ ଅଣ-ଲାଭକାରୀ ସଂଗଠନ (ମିଡିଆ ଡେଭଲପ୍ମେଣ୍ଟ ଆଣ୍ଡ୍ ରିସର୍ଚ୍ଚ ଫାଉଣ୍ଡେଶନ, କୋଝିକୋଡ)ର ଗବେଷଣାତ୍ମକ ରିପୋର୍ଟକୁ ଆଧାର କରି ଦର୍ଶାଯାଇଥିଲା ଯେ ଜାନୁଆରୀ ୨୦୧୧ରୁ ଡିସେମ୍ବର ୨୦୧୭ ମଧ୍ୟରେ କେରଳରେ ଧର୍ମାନ୍ତରିତ ଲୋକଙ୍କ ମଧ୍ୟରୁ ୬୦ ପ୍ରତିଶତ ହିନ୍ଦୁ ହେବାକୁ ପସନ୍ଦ କରିଥିଲେ। ଗେଜେଟ ରେକର୍ଡରୁ ଜଣାପଡ଼ିଛି, ସାତ ବର୍ଷ ମଧ୍ୟରେ ୮,୩୩୪ ଜଣ ଧର୍ମାନ୍ତରିତ ହୋଇଥିଲେ, ଯେଉଁମାନଙ୍କ ମଧ୍ୟରୁ ୪,୯୬୮ ଜଣ ହିନ୍ଦୁ ହେବାକୁ ଚାହୁଁଥିଲେ। ଏଥିରେ ୪,୭୫୬ ଜଣ ଖ୍ରୀଷ୍ଟିଆନ ଏବଂ ୨୧୨ ଜଣ ମୁସଲମାନ ଥିଲେ । ମୁସଲମାନ ହୋଇଥିବା ୧,୮୬୪ ଜଣଙ୍କ ମଧ୍ୟରୁ ୭୮ ପ୍ରତିଶତ ପୂର୍ବରୁ ହିନ୍ଦୁ ଥିଲେ ଏବଂ ଧର୍ମାନ୍ତରିତ ପୁରୁଷ ଓ ମହିଳାଙ୍କ ସଂଖ୍ୟା ପ୍ରାୟ ସମାନ ଥିଲା। ଏହାସହ ଖ୍ରୀଷ୍ଟିଆନ ହୋଇଥିବା ୧,୪୯୬ ଜଣଙ୍କ ମଧ୍ୟରୁ ୯୫ ପ୍ରତିଶତ ଥୁଲେ ହିନ୍ଦୁ, ଯେଉଁଥରେ ଥିଲେ ୭୨୦ ମହିଳା ଏବଂ ୭୭୬ ପୁରୁଷ । ଦୁଇଜଣ ମହିଳା ଏବଂ ଚାରିଜଣ ପୁରୁଷଙ୍କୁ ନେଇ ଛଅଜଣ ବ୍ୟକ୍ତି ବୌଦ୍ଧଧର୍ମ ଗ୍ରହଣ କରିଥିଲେ, ଯେଉଁମାନଙ୍କ ମଧ୍ଯରୁ ପାଞ୍ଚଜଣ ଥିଲେ ପୂର୍ବରୁ ହିନ୍ଦୁ ଓ ଜଣେ ଖ୍ରୀଷ୍ଟିଆନ।
ଏହା ପୂର୍ବରୁ କିଛି ବର୍ଷ ତଳେ ଏକ ଖବରକାଗଜର ‘‘କେରଳରେ ପ୍ରାୟ ୬,୦୦୦ ଲୋକ ୫ ବର୍ଷରେ ଇସ୍ଲାମ ଧର୍ମ ଗ୍ରହଣ କରିଛନ୍ତି : ରିପୋର୍ଟ’’ ଶୀର୍ଷକ ଖବର ୧୫ ଜୁଲାଇ ୨୦୧୬ରେ ପ୍ରକାଶ କରିଥିଲା। ପୋଲିସ ଦ୍ବାରା ଦାଖଲ କରାଯାଇଥିବା ଏକ ଗୋଇନ୍ଦା ରିପୋର୍ଟକୁ ଆଧାର କରି ଏଥିରେ ଦର୍ଶାଯାଇଥିଲା ଯେ ୨୦୧୧ରୁ ୨୦୧୫ ମଧ୍ୟରେ ୫,୭୯୩ ଜଣ ଲୋକଙ୍କୁ ଧର୍ମାନ୍ତରୀକରଣ କରାଯାଇଛି। ଏମାନଙ୍କ ମଧ୍ୟରେ ପ୍ରାୟ ଅଧା ପୁରୁଷ ଏବଂ ଅଧା ମହିଳା ଥିଲେ। ଧର୍ମାନ୍ତରୀକରଣ ହୋଇଥିବା ହିନ୍ଦୁଙ୍କ ସଂଖ୍ୟା ୪,୭୧୯ ଥିଲାବେଳେ ଖ୍ରୀଷ୍ଟିଆନ୍ଙ୍କ ସଂଖ୍ୟା ଥିଲା ୧,୦୭୪। ସରକାରଙ୍କ ପ୍ରେରିତ ସ୍ୱାଟ୍ସଆପ୍ ଗ୍ରୁପ୍ରେ ନିଜର କଥା ଯଦି ପ୍ରକାଶ କରି ନ ଥାଆନ୍ତେ, ତେବେ ଏହାକୁ ମିଥ୍ୟା ଖବର ବୋଲି ଖାରଜ କରିଦେଇଥାଆନ୍ତେ। ତେବେ ୪ ଫେବୃଆରୀ ୨୦୨୦ରେ
ଲୋକ ସଭାରେ ତ୍ରିଶୂରର ଚାଲାକୁଡ଼ିରୁ ପ୍ରତିନିତ୍ଵ କରୁଥିବା ସାଂସଦ ବେନି ବେହାନନ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପଚାରିଥିଲେ ଯେ ଲଭ୍ ଜିହାଦର କୌଣସି ମାମଲା ବିଷୟରେ ଅବଗତ ଅଛନ୍ତି କି ନାହିଁ ଏବଂ ଯଦି ହଁ, ତେବେ ଏହାର ସବିଶେଷ ବିବରଣୀ କ’ଣ ରହିଛି। ମନ୍ତ୍ରଣାଳୟର ଉତ୍ତର ଥିଲା, ‘‘ସମ୍ବିଧାନର ଧାରା ୨୫ ସାର୍ବଜନୀନ ଶୃଙ୍ଖଳା, ନୈତିକତା ଦୃଷ୍ଟିରେ ରଖ୍ ଧର୍ମକୁ ପ୍ରକାଶ କରିବା, ପାଳନ କରିବା ଏବଂ ପ୍ରଚାର କରିବାର ସ୍ବାଧୀନତା ପ୍ରଦାନ କରେ। କେରଳ ହାଇକୋର୍ଟ ସମେତ ବିଭିନ୍ନ ଅଦାଲତ ଏହି ମତକୁ ସମର୍ଥନ କରିଛନ୍ତି। ‘ଲଭ୍ ଜିହାଦ’ ଶବ୍ଦଟି ପ୍ରଚଳିତ ଆଇନ ଅନୁଯାୟୀ ପରିଭାଷିତ ହୋଇନାହିଁ । କୌଣସି କେନ୍ଦ୍ରୀୟ ଏଜେନ୍ସି ଦ୍ବାରା ‘ଲଭ ଜିହାଦ’ର ଏପରି କୌଣସି ମାମଲା ରିପୋର୍ଟ କରାଯାଇନାହିଁ।’” ତେବେ ଏଠାରେ ପ୍ରଶ୍ନ ଉଠେ। ଯଦି ଲଭ୍ ଜିହାଦ ବିଷୟ ବାସ୍ତବ
ନୁହେଁ, ସରକାର ମଧ୍ଯ ସ୍ବୀକାର କରନ୍ତି ଯେ ଏହାର ବାସ୍ତବତା ନାହିଁ, ଧର୍ମାନ୍ତରୀକରଣର ତଥ୍ୟ ଦର୍ଶାଏ ଏହା ପ୍ରକୃତ କଥା ନୁହେଁ ; ତେବେ ଏହାକୁ କାହିଁକି ସବୁବେଳେ ଆଲୋଚନା କରାଯାଉଛି ? ମୋ ମତରେ ଏହାର ଦୁଇଟି କାରଣ ଅଛି। ପ୍ରଥମଟି ହେଉଛି ପ୍ରକୃତ ଖବର ନୂତନ ଭାରତର ବ୍ୟାଖ୍ୟାନ ପାଇଁ ଅନୁକୂଳ ନୁହେଁ I ଗୋଟିଏ ଦଳ ବିରୋଧରେ
ଏକ ସମ୍ପୂର୍ଣ୍ଣ ମିଥ୍ୟା ମାମଲା କରି ଏହାର ମୁଖ୍ୟମନ୍ତ୍ରୀଙ୍କୁ ଜେଲପଠାଇ ସେହି ଦଳକୁ ଭାଜପା ଯେଭଳି କ୍ଷମତାଚ୍ୟୁତ କରିବାକୁ ଚାହିଁଥିଲା, ସେ ବିଷୟରେ ଯଦି ଆଲୋଚନା କରାଯାଏ, ତେବେ ଆମେ ବିଶ୍ବକୁ ଏତେ ଆତ୍ମବିଶ୍ୱାସର ସହିତ କହିପାରିବୁ ନାହିଁ ଯେ ଆମେ ଗଣତନ୍ତ୍ରର ଜନନୀ । ଅନ୍ୟ କାରଣ ହେଉଛି ହିନ୍ଦୁତ୍ବର ଆଖ୍ୟାନ ଏତେ ଗ୍ରହଣୀୟ ହୋଇଗଲାଣି ଯେ ତଥ୍ୟ ମଧ୍ଯ ଏହାକୁ ଖଣ୍ଡନ କରିବାରେ ବିଶେଷ କିଛି କରିପାରୁନାହିଁ । ଏହା ଏବେ ବି ଭାଜପା ପାଇଁ ଯଥେଷ୍ଟ ଗୁରୁତ୍ବପୂର୍ଣ୍ଣ। ଏହି ମିଥ୍ୟା ଧାରଣାକୁ ଧରି ରଖୁବା ପାଇଁ ସାତଟି ରାଜ୍ୟରେ ୨୦୧୮ରୁ ଭାଜପା ଆଇନ ପାସ୍ କରିବାକୁ ପଡ଼ିଛି।
ଇମେଲ୍:aakar.patel@gmail.com