ଜୟପୁର,୨୭/୮:ରାଜସ୍ଥାନର ଉଦୟପୁରର ଝାଡୋଲ ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ୫୫ ବର୍ଷୀୟା ରେଖା ଗାଲବେଲିଆ ତାଙ୍କ ୧୭ତମ ସନ୍ତାନକୁ ଜନ୍ମ ଦେଇଛନ୍ତି। ରେଖା ଏପର୍ଯ୍ୟନ୍ତ ୧୬ ଜଣ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ୪ ଜଣ ପୁଅ ଏବଂ ଗୋଟିଏ ଝିଅ ଜନ୍ମ ହେବା ପରେ ମୃତ୍ୟୁବରଣ କରିଛନ୍ତି। ବର୍ତ୍ତମାନ ପରିବାରରେ ଅନେକ ସନ୍ତାନ ଜୀବିତ ଅଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୫ ଜଣ ବିବାହିତ ଏବଂ ସେମାନଙ୍କର ନିଜସୱ ସନ୍ତାନ ଅଛନ୍ତି।
ରେଖାଙ୍କ ଝିଅ ଶୀଲା କାନବେଲିଆ କୁହନ୍ତି ଯେ, ଏତେ ବଡ଼ ପରିବାର ହେତୁ ସେମାନେ ସବୁବେଳେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆମ ମାଆଙ୍କ ଏତେ ପିଲା ଅଛନ୍ତି ଶୁଣି, ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆମକୁ ପ୍ରତ୍ୟେକ ମୁହୂର୍ତ୍ତରେ ସଂଘର୍ଷ କରିବାକୁ ପଡ଼େ।
ରେଖାଙ୍କ ସୱାମୀ କନୱାରା କାନବେଲିଆ ଅଳିଆ ସଂଗ୍ରହ କରି ପରିବାର ଚଳାଉଛନ୍ତି। ସେ କହିଛନ୍ତି, ଘର ଚଳାଇବା ପାଇଁ ତାଙ୍କୁ ୨୦ ପ୍ରତିଶତ ସୁଧରେ ମହାଜନଙ୍କଠାରୁ ଋଣ ନେବାକୁ ପଡୁଥିଲା। ମୁଁ ଲକ୍ଷ ଲକ୍ଷ ଟଙ୍କା ଦେଇସାରିଛି, କିନ୍ତୁ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସୁଧ ଦେଇପାରିନାହିଁ। ପିଲାମାନଙ୍କୁ ଖାଇବାକୁ ଦେବା କଷ୍ଟକର।
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସେମାନଙ୍କୁ ଏକ ଘର ମଞ୍ଜୁର କରାଯାଇଥିଲା, କିନ୍ତୁ ଜମି ସେମାନଙ୍କ ନାମରେ ନଥିବାରୁ ସେମାନେ ଏପର୍ଯ୍ୟନ୍ତ ବାସହୀନ।
ଆର୍ଥିକ ପ୍ରତିବନ୍ଧକ ଯୋଗୁ ପରିବାର ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଦେଇପାରି ନ ଥିଲେ। କନୱାରା କହିଛନ୍ତି, ଆମର ପାଖରେ ପର୍ଯ୍ୟାପ୍ତ ଖାଦ୍ୟ ନାହିଁ କିମ୍ବା ପିଲାମାନଙ୍କ ଶିକ୍ଷା ପାଇଁ ଟଙ୍କା ନାହିଁ। ବିବାହରେ ବହୁତ ଅସୁବିଧା ହେଉଛି। ପ୍ରତିଦିନର ସମସ୍ୟା ଆମକୁ ଭାଙ୍ଗି ଦିଏ।
ଝାରଡୋଲ କମ୍ୟୁନିଟି ହେଲ୍ଥ ସେଣ୍ଟରର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ରୋଶନ ଦାରଙ୍ଗୀ କହିଛନ୍ତି, ରେଖାଙ୍କୁ ଯେତେବେଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ପରିବାର ତାଙ୍କ ଚିକିତ୍ସା ଇତିହାସକୁ ଭୁଲ ଭାବରେ ଉପସ୍ଥାପନ କରିଥିଲେ। ସେ କହିଥିଲେ, ଏହା ସେମାନଙ୍କର ଚତୁର୍ଥ ସନ୍ତାନ। ପରେ ଜଣାପଡିଲା ଯେ ଏହା ୧୭ତମ ସନ୍ତାନ।