Nurses walk in front of a makeshift coronavirus testing centre at the Mishref Fair Grounds in Kuwait city, Kuwait March 12, 2020.REUTERS/Stephanie McGehee - RC2EIF94O3HM
ଅନୁଗୋଳ ଅଫିସ, ୧୯।୧୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବ୍ୟାପକ ଲାଞ୍ଚ କାରବାର ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଗତମାସରେ ଏପରି ଏକ ଅଭିଯୋଗର ତଦନ୍ତ କରି ଏଡିଏମ୍ଓ ମେଡିକାଲ ଡା. ମାନସ ରଞ୍ଜନ ବିଶ୍ୱାଳ ଲେବର ରୁମ୍ ଏବଂ ଅନ୍ୟ ୱାର୍ଡରେ ଦୀର୍ଘ ଦିନ ଧରି ଥିବା ଷ୍ଟାଫନର୍ସମାନଙ୍କୁ ବଦଳି କରିବା ପାଇଁ ସିଡିଏମ୍ଓଙ୍କୁ ସୁପାରିସ କରିଥିଲେ। ଏହି
ସୁପାରିସ ଆଧାରରେ ଶନିବାର ୨୫ଜଣ ଷ୍ଟାଫନର୍ସଙ୍କ ଅଦଳବଦଳ କରାଯାଇଛି। ଲେବର ରୁମ୍ ଇନ୍ଚାର୍ଜ ଅନିତା ସାମଲଙ୍କୁ ମେଲ୍ ମେଡିଶିନ, ରଶ୍ମିତା ନାୟକଙ୍କୁ ସର୍ଜରି ଇନ୍ଚାର୍ଜ, ସସ୍ମିତା ମାଝି ଲେବର ରୁମ୍ ୱାର୍ଡ, ପ୍ରଭାତୀ ବେହେରାଙ୍କୁ ଶିଶୁ ୱାର୍ଡ ଇନ୍ଚାର୍ଜ, ସଂଘମିତ୍ରା ପ୍ରଧାନଙ୍କୁ ଜେରିଆଟିକ ୱାର୍ଡ ଇନଚାର୍ଜ, ସନ୍ତୋସିନୀ ଦାସଙ୍କୁ ଓଜି-ଓଟି ଇନ୍ଚାର୍ଜ ଦାୟିତ୍ୱ ଦିଆଯାଇଥିବା ବେଳେ ବିଷ୍ଣୁପ୍ରିୟା ବାରିକଙ୍କୁ ଓଜି-ଓଟି ଇନ୍ଚାର୍ଜରୁ ଅବ୍ୟାହତି ଦିଆଯାଇଛି।