ପ୍ରବଳ ବର୍ଷା: ୮ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଥିରୁଭାନନ୍ତପୁରମ୍‌,୫।୮: କେରଳରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏଥିପାଇଁ
ଭାରତର ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଗୁରୁବାର ଆଠଟି ଜିଲାରେ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଛି। ସେହି ଜିଲାଗୁଡିକ ହେଲା ପଠାନାମଥୀତା, ଆଲପୁଝା,କୋଟାୟାମ, ଏର୍ନାକୁଲମ, ଇଡୁକି, ଥ୍ରିସୁର, ପାଲକ୍କଡ ଏବଂ କନ୍ନୁରରେ ରେଡ୍‌ ଓ୍ବାର୍ନିଂ ଜାରି କରାଯାଇଥିବା ବେଳେ ଥିରୁଭାନନ୍ତପୁରମ୍‌ରେ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଅନ୍ୟପଟେ, ପ୍ରବଳ ବର୍ଷା ହେବା ଯୋଗୁ ଆଖପାଖ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେହିପରି ରାଜ୍ୟର ଅନ୍ୟାନ୍ୟ ନଦୀଗୁଡ଼ିକ ଲଗାତାର ବର୍ଷା ହେତୁ ବିପଦ ସ୍ତର ଉପରେ ରହିଛି।