Chatrapur: A man holds an umbrella as he heads towards a cyclone shelter near Chatrapur in Ganjam in Odisha on Saturday. PTI Photo (PTI10_12_2013_000202B)
କୋରାପୁଟ,୫ା୮(ସ୍ବ.ପ୍ର.) : କୋରାପୁଟ ଜିଲାରେ ଦିନକରେ ୬୦୦.୬ ମିଲିମିଟର ବର୍ଷା ହୋଇଥିବା ଜିଲା ଜରୁରୀ ବିଭରାଗ ପକ୍ଷରୁ ଜଣାଯାଇଛି। ବୁଧବାର ଜିଲାରେ ୬୦୦.୬ ମିମି ବର୍ଷା ହୋଇଥିବାବେଳେ ଦଶମନ୍ତପୁର ବ୍ଲକରେ ସର୍ବାଧିକ ୮୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଜିଲାର ବୈପାରୀଗୁଡ଼ା ବ୍ଲକରେ ୭୮ ମିମି ବର୍ଷା ହୋଇଥିବାବେଳେ ଲମତାପୁଟରେ ୭୫.୪ ମିମି, ଜୟପୁରରେ ୬୬ ମିମି, ସେମିଳିଗୁଡାରେ ୫୫ ମିମି, କୋରାପୁଟରେ ୪୮.୮ ମିମି, ନନ୍ଦପୁରରେ ୩୯.୪ ମିମି, କୁନ୍ଦ୍ରାରେ ୪୫.୪ ମିମି, ବୋରିଗୁମ୍ମାରେ ୨୧.୮ ମିମି, ଲକ୍ଷ୍ମୀପୁରରେ ୧୩ ମିମି ପଟ୍ଟାଙ୍ଗିରେ ୪୦ମିମି, ନାରାୟଣପାଟଣାରେ ୧୪.୬ମିମି, କୋଟପାଡ଼ ବ୍ଲକରେ ୧୯ମିମି ବର୍ଷା ହୋଇଥିବା ଜଣାଯାଇଛି। ସେହିପରି ଜିଲାର ବନ୍ଧୁଗାଁ ବ୍ଲକରେ ଆଦୌ ବର୍ଷା ହୋଇ ନ ଥିବା ଜରୁରୀ ବିଭାଗ ପକ୍ଷରୁ କୁହାଯାଇଛି।