ସର୍ବାଧିକ ରେକର୍ଡ କଲା ଅଭିଯୋଗ ଶୁଣାଣି, ରେଡ କାରପେଟରେ ଆସି ଅଭିଯୋଗ କଲେ ଲୋକେ

ଦାରିଙ୍ଗବାଡି, ୧୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟଳୟ ସଭାଗୃହ ଠାରେ ସୋମବାର ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ବେଦଭୂଷଣ ଯୋଗଦେଇ ଅଞ୍ଚଳର ୨୫ପଞ୍ଚାୟବାସୀଙ୍କ ଅଭିଯୋଗ ଶୁଣିଛନ୍ତି । ତାଙ୍କ ସହ କନ୍ଧମାଳ ଏସପି ହରିଶ ବିଶି, କନ୍ଧମାଳ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ, ଶମ୍ଭୁନାଥ ନନ୍ଦୀ, ବାଲିଗୁଡା ଉପଜିଲାପାଳ ପ୍ରଣୀତା ଦାସ, ଏସଡିପିଓ ରମେନ୍ଦ୍ର ପ୍ରସାଦ, ଆଇଟିଡିଏର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ପ୍ରମୁଖ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ମୋଟ ୨୫୬ଟି ଅଭିଯୋଗର ଶୁଣାଣି କରିଥିଲେ। ସାମୂହିକ୧୭୨ଟି ଅଭିଯୋଗ ହୋଇଥିବା ବେଳେ ସାମୂହିକ ୮୪ଟି ରହିଥିଲା । ଦାରିଙ୍ଗବାଡି ବ୍ଲକରେ ଏହି ଅଭିଯୋଗ ଶୁଣାଣି ସର୍ବାଧିକ ରେକର୍ଡ ସୃଷ୍ଟି କରିଛି । ୮ ବର୍ଷ ପୂର୍ବରୁ ୨୪୮ଟି ଅଭିଯୋଗର ଶୁଣାଣି ହୋଇଥିବା ରେକର୍ଡକୁ ଚଳିତ ଅଭିଯୋଗ ସର୍ବାଧିକ ବୋଲି ପ୍ରଶାସନ କହିଛି। ଦୁର୍ଗମଠାରୁ ସହର ପର୍ଯ୍ୟନ୍ତ ବିଏସଏନଏଲ ର ନେଟୱର୍କ ସମସ୍ୟା ସହ ଜିଓ ନେଟୱର୍କ ସ୍ଥାପନ ପାଇଁ ଅଭିଯୋଗ ହୋଇଥିଲା। ସେହିପରି ରାସ୍ତା ସମ୍ପ୍ରସାରଣ, ମରାମତି, ଗାଁକୁ ପଞ୍ଚାୟତ ସଂଯୋଗ ପାଇଁ ପୋଲ ନିର୍ମାଣ ଓ ରାସ୍ତା ନିର୍ମାଣ, ପିଇବା ପାଣି ବିଶେଷ କରି ବସୁଧା ଯୋଜନାରେ ଜଳ ଯୋଗାଣ ପାଇଁ ଅଭିଯୋଗ ହୋଇଥିଲା। ସେହିପରି ଜଙ୍ଗଲଜମି ଓ ଜମି ପଟ୍ଟା ଯୋଗାଣରେ ବିଳମ୍ବ, ଗଦାପୁର, ଶିକରମାହା ଏବଂ ବୁଡ଼ାଗୁଡାରେ ଡାକ୍ତର ନିୟମିତ ନ ରହିବା ତାଜୁଙ୍ଗିଆ ପଞ୍ଚାୟତରେ ୨ ବର୍ଷ ହେଲା ବିଏସଏନଏଲ ସେବା ଅଚଳ ସମେତ ବିଦ୍ୟୁତ ସେବା ଏକାଧିକ ଗ୍ରାମରେ ନଥିବା ଅଭିଯୋଗ ହୋଇଥିଲା। ସେହିପରି ସିମନବାଡିରେ ପୁନଃ ପୋଲିସ ଫାଣ୍ଡିକୁ ପ୍ରଚଳନ କରିବା ପୋଖରୀ ମରାମତି, ଭଳି ଅଭିଯୋଗ ହୋଇଥିଲା । ବିଡ଼ିଓ ପ୍ରୀତିରଞ୍ଜନ ରଥ ତହସିଲଦାର ଫାଲ୍ଗୁନୀ କୁମାର, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ସହକାରୀ ଯନ୍ତ୍ରୀ ତୁଷାର ସେଠି, କନିଷ୍ଠ ଯନ୍ତ୍ରୀ ଧିରେନ ସେଠି, କମଳ ପାତ୍ର, ବିଶ୍ୱରଞ୍ଜନ ହାତି,ସୁଶାନ୍ତ ପ୍ରଧାନ, ଏପିଓ କେଦାର ଚନ୍ଦ୍ର ପଣ୍ଡା, ଯୋଗାଣ ନିରୀକ୍ଷକ ନିହାର ବେହେରା, ଅରୁଣ ପଟ୍ଟନାୟକ, ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରକାଶ ଯେ ଲୋକଙ୍କ ଅଭିଯୋଗ ଶୁଣାଣି ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ତଥା ରେଡ କାରପେଟ ବିଛାଯାଇଥିଲା ସେମାନଙ୍କ ବସିବା ପାଇଁ ଓ ବିଭିନ୍ନ ଅନୁସାଙ୍ଗିକ ବ୍ୟବସ୍ଥା କରାଯାଇଥିଲା ଯାହାକୁ ଦେଖି କନ୍ଧମାଳ ଜିଲାପାଳ ବେଦଭୂଷଣ ବ୍ଲକ ପ୍ରଶାସନକୁ ପ୍ରଂଶସା କରିଥିଲେ ସେହିପରି ଅଭିଯୋଗ ଶୁଣାଣୀ ପରେ ଭତ୍ତା ବଣ୍ଟନ କରିଥିଲେ ଜିଲାପାଳ।