ଡମାସ୍କସ୍,୩୧।୧: ସିରିଆ ରାଷ୍ଟ୍ରପତି ବଶର ଅସାଦଙ୍କୁ କ୍ଷମତାଚ୍ୟୁତ କରିଥିବା ବିଦ୍ରୋହୀ ଗୋଷ୍ଠୀର ନେତା ଅହମଦ ଅଲ୍-ସାରାଙ୍କୁ ଦେଶର ଅନ୍ତରୀଣ ରାଷ୍ଟ୍ରପତି ନିଯୁକ୍ତ କରାଯାଇଛି। ପୂର୍ବତନ ଇନ୍ସର୍ଜେଣ୍ଟ ଗୋଷ୍ଠୀ ହୟାତ୍ ତହରିର ଅଲ୍- ଶାମ୍ (ଏଚ୍ଟିଏସ୍)ର ବୈଠକ ପରେ ଅଲ୍-ସାରାଙ୍କୁ ରାଷ୍ଟ୍ରପତି ନିଯୁକ୍ତ କରାଯାଇଥିବା ସିରିଆର ନୂଆ ସରକାରଙ୍କ ସେନା ପରିଚାଳନା ସେକ୍ଟର ମୁଖପାତ୍ର କଲୋନେଲ୍ ହାସନ ଅବଦୁଲ ଘନି ଘୋଷଣା କରିଛନ୍ତି। ନୂଆ ସମ୍ବିଧାନ ଲେଖାଯିବା ପର୍ଯ୍ୟନ୍ତ ଅନ୍ତରୀଣ ରାଷ୍ଟ୍ରପତିଙ୍କୁ ଏକ ଅସ୍ଥାୟୀ ବିଧାନ ପରିଷଦ ଗଠନ କରିବାକୁ କ୍ଷମତା ଦିଆଯାଇଛି। ଗତ ମାସରେ ସିରିଆରେ ଅସାଦଙ୍କ ସରକାରର ପତନ ପରେ ଏଚ୍ଟିଏସ୍ ଶାସନ କ୍ଷମତା ହାତକୁ ନେଇଥିଲା।