ମାତ୍ର ୨୨ ବର୍ଷ ବୟସରେ ୪୨ ଲକ୍ଷ ଟଙ୍କା ପ୍ୟାକେଜ୍‌ର ଚାକିରି ପାଇଲେ ଏହି ୨ ଛାତ୍ର

ଚଣ୍ଡିଗଡ,୯।୯: କରୋନା ସମୟରେ ଲୋକେ ଚାକିରି ହରାଉଥିବାବେଳେ ଚଣ୍ଡିଗଡର ଦୁଇ ଛାତ୍ର କମାଲ କରି ଦେଖାଇଛନ୍ତି। ପଞ୍ଜାବ ଇଞ୍ଜିନିୟରିଂ କଲେଜର ଦୁଇ ଛାତ୍ର ମୟଙ୍କ ସଗ୍ଗର ଏବଂ ପ୍ରଦ୍ୟୁମ୍ନ ଗୋଏଲଙ୍କୁ ୨୨ ବର୍ଷ ବୟସରେ ୪୨ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ଚାକିରି ମିଳିଛି। ଉଭୟଙ୍କୁ ମାଇକ୍ରୋସଫ୍ଟ କମ୍ପାନୀରେ ସଫ୍ଟଓ୍ବେୟର ଇଞ୍ଜିନିୟର ଭାବେ ଚାକିରି ମିଳିଥିବା ଜଣାପଡିଛି। କରୋନା ଯୋଗୁ ଦୁହେଁ ଘରେ ରହି କାମ କରୁଛନ୍ତି। ଜୀବନରେ କିଛି ହାସଲ କରିବାକୁ ହେବେ ସଂଘର୍ଷ ଜରୁରୀ। ଯେତେ ଅଧିକ ସଂଘର୍ଷ ହେବ ସେତେ ଅଧିକ ସଫଳତା ମିଳିବ ବୋଲି ଉଭୟ ମତ ଦେଇଛନ୍ତି।

Share