ବିକ୍ରି ହୋଇଯିବ RCB: IPL ପୂର୍ବରୁ ଆସିଲା ବଡ଼ ଖବର

ବେଙ୍ଗାଲୁରୁ, ୬ା୧୧- ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)କୁ ବିକ୍ରି ପାଇଁ ରଖାଯାଇଛି। ଏହି ଆଇପିଏଲ୍‌ ଓ ଡବ୍ଲ୍ୟୁପିଏଲ୍‌ ଫ୍ରାଞ୍ଚାଇଜ୍‌ ମାଲିକାନା ରଖିଥିବା ଡିଏଗୋ ପକ୍ଷରୁ ଆନୁଷ୍ଠାନିକ ଭାବେ ବିକ୍ରି ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟା ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପୂର୍ବରୁ ଶେଷହେବ ବୋଲି ଆଶା କରାଯାଉଛି।
ୟୁକେ କମ୍ପାନୀ ଡିଏଗୋର ଭାରତୀୟ ଶାଖା ୟୁନାଇଟେଡ୍‌ ସ୍ପିରିଟ୍ସ ଲିମିଟେଡ୍‌ (ୟୁଏସ୍‌ଏଲ୍‌) ପକ୍ଷରୁ ବୁଧବାର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ)କୁ ଜଣାଇ ଦିଆଯାଇଛି ଯେ, ରୟାଲ ଚ୍ୟାଲେଞ୍ଜର୍ସ ପ୍ରାଇଭେଟ୍‌ ଲିମିଟେଡ୍‌ (ଆର୍‌ସିଏସ୍‌ପିଏଲ୍‌)ରେ କରାଯାଇଥିବା ନିବେଶର ଷ୍ଟ୍ରାଟେଜିକ୍‌ ରିଭ୍ୟୁ କରାଯାଉଛି। ମାର୍ଚ୍ଚ ୩୧ ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବା ନେଇ ଆଶା କରାଯାଉଥିବା ଦର୍ଶାଯାଇଛି। ଆର୍‌ସିଏସ୍‌ପିଏଲ୍‌ ନିକଟରେ ଉଭୟ ଆଇପିଏଲ ଓ ଡବ୍ଲ୍ୟୁପିଏଲରେ ଖେଳୁଥିବା ଆରସିବିର ମାଲିକାନା ରହିଛି। ଏ ସମ୍ପର୍କରେ ୟୁଏସ୍‌ଏଲ୍‌ର ସିଇଓ ତଥା ଏମ୍‌ଡି ପ୍ରବୀନ ସୋମେଶ୍ୱର କହିଛନ୍ତି, ଆର୍‌ସିଏସ୍‌ପିଏଲ୍‌ ଆମ ପାଇଁ ମୂଲ୍ୟବାନ୍‌ ସମ୍ପତ୍ତି ରହିଆସିଛି। କିନ୍ତୁ ଏହା ଆମ କୋର୍‌ ଆଲ୍‌କୋହଲ-ବେଭରେଜ୍‌ ବ୍ୟବସାୟର ଅଂଶ ନୁହେଁ।

 

Dharitri – Odisha’s No.1 Odia Daily

 

Share