Categories: Home Leftଖେଳ

୫ ବିଦେଶୀଙ୍କ ସମେତ ୧୦ ଖେଳାଳିଙ୍କୁ ବିଦା କଲା ଆରସିବି

ନୂଆଦିଲ୍ଲୀ,୨୦।୧: ଆଗାମୀ ଆଇପିଏଲ ଲାଗି ଫେବୃୟାରୀରେ ହେବାକୁ ଥିବା ଖେଳାଳିଙ୍କ ନିଲାମ ପ୍ରକ୍ରିୟା ପୂର୍ବରୁ ସର୍ବାଧିକ ୧୦ ଜଣ ଖେଳାଳିଙ୍କୁ ଦଳରୁ ରିଲିଜ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)। ଏଥିରେ ଅଷ୍ଟ୍ରେଲିଆର ଆରୋନ ଫିଞ୍ଚ ଓ ଦକ୍ଷିଣ ଆଫ୍ରିକାର କ୍ରିସ ମୋରିସଙ୍କ ସମେତ ୫ ବିଦେଶୀ ଖେଳାଳି ରହିଛନ୍ତି। ଏମାନଙ୍କ ବ୍ୟତୀତ ଦଳରୁ ବାଦ୍‌ ପଡ଼ିଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ମୋଇନ ଅଲି, ଇସୁରୁ ଉଡାନା, ଚଳିତ ସିଜନରୁ ଓହରି ଯାଇଥିବା ଡେଲ ଷ୍ଟେଇନ, କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇସାରିଥିବା ପାର୍ଥିବ ପଟେଲ, ଉମେଶ ଯାଦବ, ଶିବମ ଦୁବେ, ଗୁରକିରତ ମନ ଓ ପଓ୍ବନ ନେଗି।

ଆରସିବି ଦଳରେ ବଜାୟ ରଖିଥିବା ଖେଳାଳି: ବିରାଟ କୋହଲି (ଅଧିନାୟକ), ଏବି ଡି’ ଭିଲିୟର୍ସ, ଦେବଦତ୍ତ ପାଡିକଲ, ଗୁରକିରତ ସିଂ, ମହମ୍ମଦ ସିରାଜ, ନବଦୀପ ସାଇନି, ଓ୍ବାଶିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଜୋଶୁଆ ଫିଲିପ, ପବନ ଦେସପାଣ୍ଡେ, ଶାହାବାଜ ଅହମ୍ମଦ ଓ ଆଡମ ଝାମ୍ପା।