ଆଇପିଏଲ୍‌ର ପ୍ରଥମ ମ୍ୟାଚ୍‌ ପୂର୍ବରୁ ପ୍ରବଳ ନାଚିଲେ ଆରସିବି ଖେଳାଳି: ଜାଣନ୍ତୁ କାହିଁକି

ଚେନ୍ନାଇ,୮।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୪ ତମ ସିଜନରେ ପ୍ରଥମ ଟାଇଟଲ ହାସଲ କରିବାକୁ ପ୍ରସ୍ତୁତ ହେଉଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ। ଆଇପିଏଲ୍‌ ୨୦୨୧ରେ ସେମାନଙ୍କର ଅଭିଯାନ ଆରମ୍ଭ କରିବା ପୂର୍ବରୁ, କିଛି ଆରସିବି ଖେଳାଳି ଫଟୋଶୁଟରେ ଅଂଶଗ୍ରହଣ କରିଥିଲେ। ଏହି ଫଟୋଶୁଟରେ ଖେଳାଳିମାନେ ଆରସିବିର ନୂଆ ଜର୍ସି ପିନ୍ଧି ଥିବା ନଜର ଆସିଥିଲେ। ଏହି ଫଟୋଶୁଟରେ ବିରାଟ କୋହଲି, ଏବି ଡିଭିଲିୟର୍ସ ଏବଂ ଗ୍ଲେନ ମ୍ୟାକ୍ସୱେଲ ଅଂଶଗ୍ରହଣ କରିଥିଲେ। ଏହି ତିନିଜଣ ବହୁତ ମଜା କରୁଥିବା ଦେଖାଯାଉଥିଲା। ଏହା ସହିତ ତିନି ଜଣ କିମ୍ବଦନ୍ତୀ କ୍ରିକେଟର ମଧ୍ୟ ସେମାନଙ୍କର ନୃତ୍ୟ ପରିବେଷଣ କରିଥିଲେ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଖେଳାଳିମାନେ ସେମାନଙ୍କର ଆବଶ୍ୟକୀୟ କ୍ୱାରାଣ୍ଟାଇନ୍‌ ପୂରଣ କରିଛନ୍ତି। ଏହି ଅବଧି ସମାପ୍ତ କରିବା ପରେ, ଖେଳାଳିମାନେ ଅଭ୍ୟାସ ଏବଂ ଫଟୋଶୁଟ କରୁଛନ୍ତି। ଫଟୋଶୁଟ ସମୟରେ ଖେଳାଳିମାନେ ମଧ୍ୟ ଜୋରରେ ନାଚିବା ସହ ମଜା ମଧ୍ୟ କରିଥିଲେ।