Categories: Home Leftଖେଳ

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬ ରେ ଅଂଶଗ୍ରହଣ କରିବା ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ସେ ଶ୍ରୀଲଙ୍କା କ୍ରିକେଟ ବୋର୍ଡ (SLC) ବିରୁଦ୍ଧରେ ଏକ ମାମଲା ଦାୟର କରିଛନ୍ତି। ଫିଟନେସ ପରୀକ୍ଷାରେ ବିଫଳ ହେବା ଯୋଗୁ ଶ୍ରୀଲଙ୍କା କ୍ରିକେଟ ତାଙ୍କୁ NOC (ନୋ ଅବଜେକ୍ସନ ସାର୍ଟିଫିକେଟ) ଦେବାକୁ ମନା କରିଦେଇଥିଲା, ଯାହା ଫଳରେ ତୁଷାରା ଏହି ପଦକ୍ଷେପ ନେଇଥିବkା ଜଣାପଡିଛି।

ଶ୍ରୀଲଙ୍କାର ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ନୁୱାନ ତୁଷାରା ଶ୍ରୀଲଙ୍କା କ୍ରିକେଟ ବୋର୍ଡର NOC ମନା କରିବାର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କଲମ୍ବୋ ଜିଲା କୋର୍ଟରେ ଏକ ମାମଲା ଦାୟର କରିଛନ୍ତି। ୩୧ ବର୍ଷୀୟ ତୁଷାରାଙ୍କୁ IPL ୨୦୨୬ ପାଇଁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ରିଟେନ୍‌ କରିଥିଲା। କିନ୍ତୁ NOC ବିନା ସେ IPL ରେ ଖେଳିପାରିବେ ନାହିଁ। ଏପରି ପରିସ୍ଥିତିରେ, ସେ ଶ୍ରୀଲଙ୍କା କ୍ରିକେଟକୁ ତାଙ୍କୁ ଏନଓସି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଏପ୍ରିଲ ୯ରେ ହେବ।

Dharitri – Odisha’s No.1 Odia Daily

Share