Categories: Home Leftଖେଳ

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି ବିଜୟକୁ ଅଧିନାୟକ ରଜତ ପଟିଦାର ଗତବର୍ଷ ଦଳାଚକଟାରେ ପ୍ରାଣ ହରାଇଥିବା ୧୧ ପ୍ରଶଂସକଙ୍କ ଲାଗି ଉତ୍ସର୍ଗ କରିଛନ୍ତି।

ଫ୍ରାଞ୍ଚାଇଜ ପକ୍ଷରୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଥିବା ଭିଡିଓରେ ପଟିଦାର କହିଛନ୍ତି, ଏହି ବିଜୟକୁ ଆମେ ଗତବର୍ଷ ପ୍ରାଣ ହରାଇଥିବା ୧୧ ପ୍ରଶଂସକଙ୍କୁ ଉତ୍ସର୍ଗ କରୁଛୁ। ଏହାବାଦ୍‌ ସେ ପ୍ରକାଶ କରିଛନ୍ତି, ଏହି ବିଜୟ ଲାଗି ଦେବଦତ୍ତ ପଡିକଲ ଓ ବିରାଟ କୋହଲିଙ୍କୁ ଶ୍ରେୟ ଦିଆଯିବା ଦରକାର। ୨୦୦ ଟାର୍ଗେଟ ପିଛା କରିବା କଷ୍ଟକର। ହେଲେ ଖେଳାଳିମାନେ ଖୁବ୍‌ ଭଲ ବ୍ୟାଟିଂ ଓ ବୋଲିଂ କରିଥିଲେ ବୋଲି ଅଧିନାୟକ କହିଛନ୍ତି।

Share