Categories: Home Leftଖେଳ

RCB IPL ଟ୍ରଫି ଜିତି ପାରିବ ନାହିଁ: ଅମ୍ବାତି ରାୟୁଡୁ

ମୁମ୍ବାଇ,୯।୩: ପୂର୍ବତନ ଭାରତୀୟ ବ୍ୟାଟର ଅମ୍ବାତି ରାୟୁଡୁ IPL 2025 ପୂର୍ବରୁ ଏକ ବଡ଼ ବୟାନ ଦେଇଛନ୍ତି। IPL 2025ରେ RCB ଟ୍ରଫି ଜିତି ପାରିବା ନାହିଁ ବୋଲି ଅମ୍ବାତି ରାୟୁଡଙ୍କ ଏହି ବୟାନ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅମ୍ବାତି ରାୟୁଡୁ 2023ରେ ଚେନ୍ନାଇ ସୁପର କିଙ୍ଗ୍ସ(CSK) ସହିତ ଥିବା ବେଳେ ରେକର୍ଡ ପଞ୍ଚମ ଥର ପାଇଁ ଟ୍ରଫି ଜିତି IPL କ୍ୟାରିୟର ଶେଷ କରିଥିଲେ।

ଆଗାମୀ IPL 2025 ମାର୍ଚ୍ଚ ୨୨ରେ ଆରମ୍ଭ ହେବାକୁ ଥିବା ବେଳେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ କାହାକୁ ଚାମ୍ପିୟନ ମୁକୁଟ ପିନ୍ଧାଇବାକୁ ଚାହାଁନ୍ତି ତାହା ପ୍ରକାଶ କରିନାହାଁନ୍ତି।

Share