Categories: Home Leftଖେଳ

ଆର୍‌ସିବି ଆଗରେ ୧୭୨ ରନ୍‌ର ଟାର୍ଗେଟ୍‌

ବେଙ୍ଗାଲୁରୁ,୨।୪: ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ଆଇପିଏଲର ପଞ୍ଚମ ମ୍ୟାଚରେ ଆର୍‌ସିବି ଅଧିନାୟକ ଫାଫ ଡୁପ୍ଲେସିସ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଫଳରେ ଆମନ୍ତ୍ରଣ ପାଇ ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ୨୦ ଓଭରରେ ୭ ଉଇକେଟ ହରାଇ ୧୭୧ ରନ୍‌ କରିଛି। ଫଳରେ ଆର୍‌ସିବି ଆଗରେ ୧୭୨ ରନ୍‌ର ବିଜୟ ଟାର୍ଗେଟ୍‌ ରଖଛି ମୁମ୍ବାଇ।

ମୁମ୍ବାଇର ଦୁଇ ଓପନର ଅଧିନାୟକ ରୋହିତ ଶର୍ମା ଏବଂ ଇଶାନ କିଶନ୍‌ ବ୍ୟାଟିଂ କରିବାକୁ ଆସି ପ୍ରରମ୍ଭିକ ଷ୍ଟାଟ୍‌ ଦେବାରେ ବିଫଳ ହୋଇଥିଲେ। ଅଧିନାୟକ ରୋହିତ ୧୦ ବଲ୍‌ ଖେଳି ୧ ରନ୍‌ କରି ଆଉଟ୍‌ ହୋଇଯାଇଥିବା ବେଳେ ଇଶାନ ମଧ୍ୟ ୧୦ ରନ୍‌ କରି ଆଉଟ ହୋଇଥିଲେ। ସେହିପରି କ୍ୟାମେରନ୍‌ ଗ୍ରୀନ୍‌ ୪ ରନ୍‌ କରିଥିବା ବେଳେ ସୂର୍ଯ୍ୟ କୁମାର ଯାଦବ ୧୫ ରନ୍‌ କରିବାରେ ସକ୍ଷମ ହୋଇଥିଲେ। ହେଲେ ତିଲକ ବର୍ମା ଧର୍ଯ୍ୟର ସହ ବ୍ୟାଟିଂ କରି ୪୬ ବଲ୍‌ରେ ୮୪ ରନ୍‌ର(୯ ଚଉକ୍କା ଏବଂ ୪ ଛକ୍କା) ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ନଟ୍‌ ଆଉଟ ରହିଥିଲେ। ଫଳରେ ମୁମ୍ବାଇ ୧୭୧ ରନ୍‌ କରିବାରେ ସକ୍ଷମ ହୋଇଥିଲା। ସେହିପରି ନେହଲ ଓ୍ବାଡେରା ୨୫ ରନ୍‌ କରିଥିବା ବେଳେ ଟିମ୍‌ ଡେଭିଡ୍‌ ୪, ହ୍ରିତିକ୍‌ ଶୋକେନ୍‌ ୫ ରନ୍‌ ଏବଂ ଅର୍ଶଦ ଖାନ୍‌ ୧୫ ରନ୍‌ କରିଥିଲେ।